ଭୁବନେଶ୍ବର: ଆସନ୍ତାବର୍ଷ ଫେବୃଆରୀ ମାସରେ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ଷ୍ଟାର ଫିଲ୍ମ ଆୱାର୍ଡ 2019। ଯେଉଁଥିରେ 25ଟି ବିଭାଗରେ କଳାକାରଙ୍କ ଠାରୁ ଆରମ୍ଭ କରି ଟେକ୍ନିସିଆନ ମାନଙ୍କୁ ସମ୍ମାନ ପ୍ରଦାନ କରାଯିବ । ଏନେଇ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ପ୍ରକାଶ କରାଯାଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର 5ଜଣ ଅଗ୍ରଣୀ ପ୍ରଯୋଜକ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଚଳଚିତ୍ର ପୁରସ୍କାର ମାଧ୍ୟମରେ ଅବହେଳିତ ହୋଇ ରହିଯାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରୁ 4ଜଣଙ୍କୁ ଜୀବନବ୍ୟାପୀ ସାଧାନା ପାଇଁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି ।
ସିନେମା କ୍ଷେତ୍ରରେ ଦିଆଯାଉଥିବା ଅନ୍ୟାନ୍ୟ ସମ୍ମାନ ଠାରୁ ଏହା ଭିନ୍ନ ଓ ସ୍ବତନ୍ତ୍ର ହେବ ବୋଲି ଆୟୋଜକ କମିଟିର ସଦସ୍ୟ ତଥା ବିଶିଷ୍ଟ ପ୍ରଯୋଜକ ଶ୍ରୀଧର ମାର୍ଥା ପ୍ରକାଶ କରିଛନ୍ତି । ଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯିବ ବୋଲି ଅନ୍ୟତମ ସଦସ୍ୟ ତଥା କମିଟିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ବାରିକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ