ETV Bharat / city

ମୋ ସରକାରରେ ସାମିଲ ହେବ ଏସବୁ ବିଭାଗ, 7 ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜି 7ଟି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସ୍କଲାରସିପ, ମୋ ଛାତ୍ରାବାସ କାର୍ଡ, ସଂହତି, ଆକାଂକ୍ଷା, ପ୍ରୟାସ, ବିଷଦ ବିକାଶ, ପ୍ରାକୃତିକ ସମ୍ପଦ ଏବଂ ପୃଷ୍ଟି ସମ୍ବଳ ସୁପରିଚାଳନା ଯୋଜନାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ..

author img

By

Published : Mar 2, 2021, 3:36 PM IST

ମୋ ସରକାରରେ ସାମିଲ ହେବ ଏସବୁ ବିଭାଗ, 7 ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ମୋ ସରକାରରେ ସାମିଲ ହେବ ଏସବୁ ବିଭାଗ, 7 ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୋ ସରକାରରେ ସାମିଲ ହେବ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ସଶକ୍ତିକରଣ ବିଭାଗ । ଏହି କ୍ରମରେ ମଙ୍ଗଳବାର ରାଜ୍ୟ ସରକାରଙ୍କର 5T ଉପକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ବିଭାଗର ବିଭିନ୍ନ ଅନଲାଇନ ବ୍ୟବସ୍ଥା । ଅପରାହ୍ନ 5 ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଏହି ବ୍ୟବସ୍ଥାକୁ ଉଦଘାଟନ କରିବେ ।

7 ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
7 ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

7ଟି ବ୍ୟବସ୍ଥାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସ୍କଲାରସିପ, ମୋ ଛାତ୍ରାବାସ କାର୍ଡ, ସଂହତି, ଆକାଂକ୍ଷା, ପ୍ରୟାସ, ବିଷଦ ବିକାଶ, ପ୍ରାକୃତିକ ସମ୍ପଦ ଏବଂ ପୃଷ୍ଟି ସମ୍ବଳ ସୁପରିଚାଳନା ଯୋଜନାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

1. ସ୍କଲାରସିପ୍
ଓଡ଼ିଶା ରାଜ୍ୟ ସ୍କଲାରସିପ୍ ପୋର୍ଟାଲ ମାଧ୍ୟମରେ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ୍ ସ୍କଲାରସିପ୍ ପ୍ରଦାନ କରାଯିବ ।

2. ମୋ ଛାତ୍ରାବାସ କାର୍ଡ
ସ୍ଵଚ୍ଛତା ଏବଂ ଉତ୍ତରଦାୟିତ୍ବ ସହିତ ଛାତ୍ରାବାସ ଗୁଡିକରି ସୁପରିଚାଳନା ନିମନ୍ତେ ୫ ଲକ୍ଷ ୭୦ ହଜାର ଊର୍ଦ୍ଧ୍ବ ଛାତ୍ରାବାସ ଅନ୍ତେବାସୀଙ୍କ ପାଇଁ 'ମୋ ଛାତ୍ରାବାସ କାର୍ଡ' ଆରମ୍ଭ ହେବ ।

3. ସଂହତି
୧୪୫୦ ବିଦ୍ୟାଳୟର ପ୍ରାୟ ୧.୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପ୍ରାଥମିକ ସ୍ତରରେ ସହଜ ଶିକ୍ଷା ଗ୍ରହଣ ନିମନ୍ତେ ମାତୃଭାଷାଭିତ୍ତକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ।

4. ପ୍ରୟାସ
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ୭୫୬୦ ଯୁବକଯୁବତୀଙ୍କୁ ପ୍ରୋତ୍ସାହନ ଏବଂ ନିଯୁକ୍ତିଭିତ୍ତିକ ଦକ୍ଷତା ବିକାଶ ଉପକ୍ରମରେ ସାମିଲ ହେବ ।

5. ଆକାଂକ୍ଷା
ସହରାଞ୍ଚଳରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ବଲପୁର , ରାଉରକେଲା ଏବଂ ବ୍ରହ୍ମପୁରରେ ନୂତନ ଆକାଂକ୍ଷା ଛାତ୍ରାବାସ ଏବଂ ନିରନ୍ତର ଶିକ୍ଷାଲାଭ ନିମନ୍ତେ ଆବାସିକ ସୁବିଧା ଯୋଗାଇବା ପାଇଁ ୬୮ଟି ନୂଆ ଛାତ୍ରାବାସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

6. ପ୍ରାକୃତିକ ସମ୍ପଦ ଏବଂ ପୁଷ୍ଟି ସମ୍ବଳ ସୁପରିଚାଳନା
ପୂର୍ବରୁ ଚିହ୍ନଟ ହୋଇଥିବା ୧୧୨୫ଟି ଆପଦଗ୍ରସ୍ତ ଆଦିମ ଜନଜାତି ଗ୍ରାମ ପାଇଁ ପ୍ରାକୃତିକ ସମ୍ପଦ ଏବଂ ସମନ୍ବିତ ପୁଷ୍ଟି ସରଳ ପରିଚାଳନା ନିମନ୍ତେ ବିଭିନ୍ନ ଅନୁଷ୍ଠାନ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରାଯିବ ।

7. ବିଶଦ ବିକାଶ ଯୋଜନା
ନୂତନଭାବେ ଚିହ୍ନଟ ହୋଇଥିବା ୧୧୩୮ଟି ଆପଦଗ୍ରସ୍ତ ଆଦିମ ଜନଜାତି ଗ୍ରାମ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ବିଶଦ ବିକାଶ ଯୋଜନା ଆରମ୍ଭ ହେବ ।

ଛାତ୍ରତୃଣମୂଳ ସ୍ତରରୁ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ, ଉଜ୍ଜ୍ୱଳ ଭବିଷ୍ୟତ, ଆତ୍ମନିର୍ଭରଶୀଳ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ଏହି ଯୋଜନା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଶା କରାଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.