ETV Bharat / city

ମିଥ୍ୟା ଖବର ପ୍ରସାରଣ ! 5 କୋଟିର ମାନହାନୀ ମକଦ୍ଦମା କଲେ ଦୂତୀ - ମିଡିଆ ବିରୋଧରେ ମାନହାନୀ ମକଦ୍ଦମା

ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ କରିଥିବା ଲୋକଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅଲମ୍ପିଆନ ଦୂତୀ ଚାନ୍ଦ । ଅଧିକ ପଢ଼ନ୍ତୁ...

ଗଣମାଧ୍ୟମ ଉପରେ ୫ କୋଟି ଟଙ୍କା ମାନହାନୀ ମୋକଦ୍ଦମା କଲେ ଦୂତୀ ଚାନ୍ଦ

author img

By

Published : Sep 2, 2021, 8:26 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ ଗେମ୍ସରୁ ଫେରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଓଡ଼ିଆ ଧାବିକା ଦୂତୀ ଚାନ୍ଦ । ତାଙ୍କୁ ଓ ତାଙ୍କ ପରିବାରକୁ ନେଇ କିଛି ଗଣମାଧ୍ୟମ ନକରାତ୍ମକ ଖବର ପ୍ରସାରଣ କରିଥିଲେ । ଏହାକୁ ବିରୋଧ କରି ସମ୍ପୃକ୍ତ ଗଣମାଧ୍ୟମଗୁଡି଼କୁ ଲିଗାଲ ନୋଟିସ ପଠାଇବେ ବୋଲି କହିଛନ୍ତି ଦୂତୀ ଚାନ୍ଦ । ମିଥ୍ୟା ଖବର ପ୍ରସାରଣ କରିଥିବା ଲୋକଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିଛନ୍ତି ଦୂତୀ । ଏକ ସାମ୍ବାଦିକ ସମ୍ମିଳନୀରେ ଦୂତୀଙ୍କ ସହ ତାଙ୍କ କୋଚ୍ ଶିବ ପ୍ରସାଦ ମିଶ୍ର ଓ ଆଇନ ପରାମର୍ଶଦାତା ଉପସ୍ଥିତ ଥିଲେ ।

ଗଣମାଧ୍ୟମ ଉପରେ ୫ କୋଟି ଟଙ୍କା ମାନହାନୀ ମୋକଦ୍ଦମା କଲେ ଦୂତୀ ଚାନ୍ଦ

ବିଶେଷ କରି ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଦୁତୀ । ଏହାସହ ଦୂତୀଙ୍କୁ ନେଇ ନକରାତ୍ମକ ଖବର ପ୍ରଶାରଣରେ ସାମିଲ ଥିବା ଜଣେ ସୂଚନା ଅଧିକାର କର୍ମୀଙ୍କ ନାମ ମଧ୍ୟ ସେ କହିଛନ୍ତି । ଖେଳରେ ହାରଜିତ ଲାଗି ରହିଛି, ତେବେ ଜଣେ କ୍ରୀଡ଼ାବିତଙ୍କୁ ହତୋତ୍ସାହିତ କରିବା କେତେ ଯୁକ୍ତିଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ଦୂତୀ । କ୍ରୀଡ଼ା କିମ୍ବା ପ୍ରତିଯୋଗିତାରେ କ୍ରୀଡ଼ାବିତ ହାରିଲେ ତାଙ୍କୁ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ଅଲମ୍ପିକ୍ସ ଭଳି ଏକ ମେଗା ଇଭେଣ୍ଟ ଚାଲୁଥିବା ସମୟରେ ଜଣେ କ୍ରୀଡ଼ାବିତଙ୍କୁ ବାରମ୍ବାର ମାନସିକ ଚାପ ପକାଇବା ଘଟଣାକୁ ଦୂତିଙ୍କ କୋଚ୍ ବିରୋଧ କରିଛନ୍ତି । ତାଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ଅନ୍ୟ ରାଜ୍ୟରୁ ଖେଳିବା ପାଇଁ ଅଫର ମିଳୁଛି । ହେଲେ ଓଡ଼ିଶା ପ୍ରତି ଥିବା ତାଙ୍କ ଭଲ ପାଇବା ଯୋଗୁଁ ଅନ୍ୟ ରାଜ୍ୟ ପକ୍ଷରୁ ଖେଳିବା କଥା କେବେ ଦୂତୀ ଚିନ୍ତା କରିନାହାନ୍ତି । ତେଣୁ ସମର୍ଥନ କରିବା ଆବଶ୍ୟକତା ରହିଛି । ଏଭଳି ସ୍ଥିତିରେ ତାଙ୍କ ଉପରେ ମାନସିକ ଚାପ ପକାଇ ତାଙ୍କୁ ବଦନାମ କରିବା ଠିକ ହେଉନାହିଁ ବୋଲି ଦୂତୀଙ୍କ କୋଚ୍ ଶିବ ପ୍ରସାଦ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ମିଥ୍ୟା ଏବଂ ବିଭ୍ରାନ୍ତିଙ୍କର ଖବର ପ୍ରସାରଣ କରି ଦୂତୀଙ୍କୁ ବଦନାମ କରିଥିବା ଲୋକଙ୍କ ବିରୋଧରେ 5 କୋଟିର ମାନହାନୀ ମକଦ୍ଦମା କରାଯାଇଛି । ଭୁବନେଶ୍ୱର ସିଭିଲ କୋର୍ଟରେ ଏହି ମାମଲା ରୁଜୁ କରାଯାଇଛି । ଏଥିପାଇଁ ସମସ୍ତ ଆବଶ୍ୟକ ଆଇନଗତ ଆଶ୍ରୟ ନେବେ ବୋଲି ଦୂତୀଙ୍କ ଲିଗାଲ ଆଡଭାଇଜର କହିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.