ETV Bharat / city

Spinal Cord Tail Bone Surgery: ୨ ମାସର ପିଲା ପିଠିରୁ ଅଲଗା ହେଲା ମାଂସଯୁକ୍ତ ଲାଙ୍ଗୁଡ - bhubaneswar tail surgery

ସାରା ବିଶ୍ୱରେ ପ୍ରଥମ ଥର ପାଇଁ ୨ ମାସ ପିଲା ପିଠିରୁ ଅଲଗା ହେଲା ମାଂସ ଯୁକ୍ତ ଲାଙ୍ଗୁଡ। ସମ ହସ୍ପିଟାଲରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି । ଅଧିକ ପଢନ୍ତୁ

ସମରେ ବିରଳ ଅସ୍ତ୍ରୋପଚାର: ୨ ମାସ ପିଲା ପିଠିରୁ ଅଲଗା ହେଲା ମାଂସଯୁକ୍ତ ଲାଙ୍ଗୁଡ

author img

By

Published : Jan 13, 2022, 10:14 PM IST

ଭୁବନେଶ୍ବର: ୨ ମାସର ଛୁଆ ପିଠିରୁ ଅଲଗା ହେଲା ଲାଙ୍ଗୁଡ । ବିଶ୍ୱରେ ପ୍ରଥମ ବିରଳ ଅପରେସନ କରି ଚର୍ଚ୍ଚାରେ ଘରୋଇ ହସ୍ପିଟାଲ । ୩ଟି ଅସ୍ତ୍ରୋପଚାର ପରେ ବାହାରିଲା ୩ ସେଣ୍ଟିମିଟର ହାଡ । BSKY ଯୋଜନାରେ ମିଳିଲା ମାଗଣା ସ୍ବାସ୍ଥ୍ୟସେବା । ୨୦୨୧ ନଭେମ୍ବର ୯ ତାରିଖରେ କାକଟପୁର ନିକଟ ଚାରିଛକ ଠାରେ ଜନ୍ମନେଇଥିଲା ଶିଶୁ । ଘରକୁ ନବଜାତକ ଆସିବା ଖୁସି କିନ୍ତୁ ବେଶୀ ସମୟ ରହିନଥିଲା । ପିଲା ପିଠିରେ ଏକ ହାଡ଼ଯୁକ୍ତ ଲାଙ୍ଗୁଡ ଲାଗିରହିଥିବା ଜାଣିବା ପରେ ତୁରନ୍ତ ସମ ହସ୍ପିଟାଲରେ ପହଞ୍ଚିଥିଲେ ବାପା ମା' ।

ବିରଳ ଅସ୍ତ୍ରୋପଚାର: ୨ ମାସ ପିଲା ପିଠିରୁ ଅଲଗା ହେଲା ମାଂସଯୁକ୍ତ ଲାଙ୍ଗୁଡ

ଘଟଣାର ଗୁରୁତ୍ୱକୁ ଅନୁଭବ କରି ନଭେମ୍ବର ୨୫ରେ ହସ୍ପିଟାଲ ଡିନ ପ୍ରଫେସର ଅଶୋକ ମହାପାତ୍ର ଓ ସ୍ନାୟୁଶଲ୍ୟ ବିଭାଗ ଡାକ୍ତର ରାମଚନ୍ଦ୍ର ଦେଓ ଏହି ବିରଳ ଅସ୍ତ୍ରୋପଚାର କରିଥିଲେ । ଏହା ବେଶ ଚ୍ୟାଲେଞ୍ଜିଂ ଥିବା ବେଳେ ସର୍ବୋପରେ ଭଗବାନଙ୍କ ଆଶୀର୍ବାଦ କାମ କରିଥିବା କହିଛନ୍ତି ବିଶେଷଜ୍ଞ । ସମଗ୍ର ବିଶ୍ୱରେ ମେରୁଦଣ୍ଡ ତଳକୁ ଲାଞ୍ଜ ବାହରିଥିବାର ୧୯୫ଟି ନଜିର ରହିଛି । କିନ୍ତୁ, ଜନ୍ମରୁ ପିଠି ଉପର ଭାଗରେ ହାଡ଼ ବଢିବା ସାରା ବିଶ୍ୱରେ ପ୍ରଥମ ଘଟଣା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.