ETV Bharat / city

କ୍ବାଟର୍ସ ଛାଡିବାକୁ ଡେଡ୍‌ଲାଇନ ଦେଲେ ବାଚସ୍ପତି - ବିଧାନସଭା

କାଟର୍ସ ଛାଡୁ ନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଡେଡଲାଇନ । 3 ଦିନ ଭିତରେ ତୁରନ୍ତ ବଙ୍ଗଳା ଖାଲି କର । ନଚେତ ଏତଲା ଦିଆଯିବ । ନିଜ ପଦ ହରାଇବା ସତ୍ତ୍ବେ 20ରୁ ଉର୍ଦ୍ଧ୍ବ ପୂର୍ବତନ ବିଧାୟକ କାଟର୍ସ ଛାଡୁନଥିବାରୁ ଏଭଳି ଚରମ ବାଣି ଶୁଣାଇଛନ୍ତି ବାଚସ୍ପତି ।

ଫାଇଲ ଫଟୋ
author img

By

Published : Oct 19, 2019, 5:58 PM IST

Updated : Oct 19, 2019, 7:12 PM IST

ଭୁବନେଶ୍ବର: ବିଧାୟକ ପଦବୀ ଯିବା ପାଖାପାଖି 6 ମାସ ହୋଇଗଲାଣି । କିନ୍ତୁ ସରକାରୀ କ୍ବାଟର୍ସ ମୋହ ଛାଡୁନାହାଁନ୍ତି ନେତାଏ । ବାରମ୍ବାର ନୋଟିସ ସତ୍ତ୍ବେ ସରକାରୀ କ୍ବାଟର୍ସକୁ ନିଜ ପୈତୃକ ସମ୍ପତ୍ତି ଭାବି କିଛି ପୂର୍ବତନ ବିଧାୟକ ମାନେ ନିଜ ଅଧିନରେ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫଳରେ ନବନିର୍ବାଚିତ ବିଧାୟକ ମାନଙ୍କୁ ସରକାରୀ କ୍ବାଟର୍ସ ଆବଣ୍ଟନରେ ସମସ୍ୟା ଉପୁଜିଛି । ଏହି ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ପୁଣି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । 3ଦିନ ମଧ୍ୟରେ ଘର ଖାଲି ନକଲେ ସଂପୃକ୍ତ ପୂର୍ବତନ ବିଧାୟକଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟ ଏକ ପ୍ରସଙ୍ଗରେ ମତ ରଖି ବାଚସ୍ପତି କହିଛନ୍ତି, ବିଧାନସଭାରେ ବ୍ୟାପକ ପରିବର୍ତ୍ତନ ହେବ । ସୁରକ୍ଷା ଦୃଷ୍ଟିରୁ ବିଧାନସଭାକୁ ସିସିଟିଭି ବଳୟରେ ରଖାଯିବ । କର୍ମଚାରୀଙ୍କୁ ସ୍ବତନ୍ତ୍ର ଡ୍ରେସ କୋଡ ଦିଆଯିବ । ବିଧାନସଭା କାର୍ଯ୍ୟକୁ ଅଧିକ ସ୍ବଚ୍ଛ କରିବା ପାଇଁ କର୍ମଚାରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଲାଗିବ । ଏହାସହ ବିଧାନସଭା ଓ ବିଧାନସଭା ପରିସରରେ ପ୍ଲାଷ୍ଟିକକୁ ସଂପୂର୍ଣ୍ଣ ନିଷେଧ କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ପୂର୍ବତନ ବିଧାୟକ ସରକାରୀ କ୍ଵାଟର ଛାଡିବା ପ୍ରସଙ୍ଗ ରେ ବାଚସ୍ପତିଙ୍କ କଡା ଆଭିମୁଖ୍ୟ ।ତିନିଦିନ ମଧ୍ୟରେ କ୍ଵାଟର ଛାଡିବାକୁ ନିର୍ଦେଶ ଦିଆଯାଇଛି ।ଏହା ସହ କ୍ଵାଟର ନଛାଡିଲେ ପୋଲିସ ରେ ଏଫାଇଆର ଦିଆଯିବ ବୋଲି ସୂଚନା ରହିଛି ।Body:ଏହାସହ ବିଧାନସଭା କର୍ମଚାରୀ ଙ୍କ ପାଇଁ ନୂଆ ନିୟମ ।ସେମାନେ ଙ୍କ ପାଇଁ ସ୍ଵତନ୍ତ୍ର ଡ୍ରେସ କୋଡ ଦିଆଯିବ ।ଏହା ସହ ବାୟୋମେଟ୍ରିକ୍ ଲାଗିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।Conclusion:ଏହା ସହ ସମ୍ପୂର୍ଣ୍ଣ ବିଧାନସଭା ସିସିଟିଭି ବଳୟରେ ରହିବ ।ଏହା ସହ ପଲିଥିନ କୁ ସମ୍ପୂର୍ଣ୍ଣ ବ୍ୟାନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।
Last Updated : Oct 19, 2019, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.