ETV Bharat / city

ଓଡ଼ିଶାରେ ଶୀଘ୍ର ପଛୁଆବର୍ଗ ଜନଗଣନା ପାଇଁ ଏସପି'ର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପାର୍ଟି ରାଜ୍ୟ ସଭାପତି - ଜନଗଣନା ପାଇଁ ଚିଠ

କୋଭିଡ଼ ସଂକ୍ରମଣ ଦୃଷ୍ଟିରେ ରଖି ବନ୍ଦଥିବା ପଛୁଆବର୍ଗ ଜନଗଣନା ପୁନର୍ବାର ଆରମ୍ଭ ଲାଗି ଦାବି । ଏହି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପାର୍ଟିର ରାଜ୍ୟ ସଭାପତି ରବି ବେହେରା । ଅଧିକ ପଢନ୍ତୁ...

ଓଡ଼ିଶାରେ ଶୀଘ୍ର ପଛୁଆବର୍ଗ ଜନଗଣନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏସପି

author img

By

Published : Oct 17, 2021, 6:30 PM IST

ଭୁବନେଶ୍ବର: କୋଭିଡ଼ ସଂକ୍ରମଣ ଦୃଷ୍ଟିରେ ରଖି ବନ୍ଦଥିବା ପଛୁଆବର୍ଗ ଜନଗଣନା ପୁନର୍ବାର ଆରମ୍ଭ ଲାଗି ଦାବି । ଏହି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ।

ରାଜ୍ୟ ପଛୁଆବର୍ଗ କମିଶନ ପକ୍ଷରୁ ଗତ ମଇ ୧ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ଜାତି ଜନଗଣନା କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କିନ୍ତୁ, କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ପାଇଁ କମିଶନଙ୍କୁ ନିର୍ଦ୍ଦେଶ ଦେଲେ । ବର୍ତ୍ତମାନ କରୋନା ସଂକ୍ରମଣ କମିବାରେ ଲାଗିଛି । ସ୍କୁଲ, କଲେଜ, ଅଫିସ୍, ଦପ୍ତର ସବୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଲେଣି । କିନ୍ତୁ ଦୁର୍ଭାଗ୍ୟର କଥା ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଗତ ମାସ ୧୫ ତାରିଖ ଦିନ ସମାଜବାଦୀ ପାର୍ଟିର ଏକ ପ୍ରତିନିଧି ଦଳ ପଛୁଆବର୍ଗ କମିଶନର ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟଠାରେ ସାକ୍ଷାତ କରି ପଛୁଆବର୍ଗ ଜନଗଣନା ଖୁବ୍‌ଶୀଘ୍ର ଆରମ୍ଭ କରିବା ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ଆଇନ୍ ଅନୁଯାୟୀ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି କମିଶନ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ମଧ୍ୟରେ ଏକମାସ ବିତିଯାଇଥିଲେ ହେଁ କମିଶନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପଛୁଆବର୍ଗ ଜାତି ଜନଗଣନା କରିବା ପାଇଁ କୌଣସି ପଦକ୍ଷେପ ନିଆଗଲାନାହିଁ । ଫଳରେ ସ୍କୁଲ, କଲେଜର ନାମଲେଖା ସମୟରେ ରାଜ୍ୟର ପଛୁଆବର୍ଗର ହଜାର ହଜାର ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହେଉଛନ୍ତି । ଏଭଳିକି ଡାକ୍ତରୀ ଓ ଇଂଜିନିୟରିଂ ଭଳି ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ମଧ୍ୟ ଏହି ବର୍ଗର ଛାତ୍ରଛାତ୍ରୀ ସଂରକ୍ଷଣ ସୁବିଧା ପାଇପାରିଲେ ନାହିଁ ।

ସଂରକ୍ଷଣ ପଛୁଆବର୍ଗ ପାଇଁ ଏକ ଭିକ୍ଷା ନୁହେଁ । ଏହା ଏକ ସାମ୍ବିଧାନିକ ଅଧିକାର । ଦୀର୍ଘଦିନ ଧରି ଓଡ଼ିଶାର ପଛୁଆବର୍ଗ ତାଙ୍କର ନ୍ୟାୟୋଚିତ ସାମ୍ବିଧାନିକ ଅଧିକାରୁ ଜାତି ଜନଗଣନା ନ ହେବା ଫଳରେ ବଞ୍ଚିତ ହେବାରେ ଲାଗିଛନ୍ତି । ଶାସକ ଦଳର ସାଂସଦମାନେ ଓ ଖୋଦ୍ ରାଜ୍ୟ ସରକାର ଜାତୀୟ ଜନଗଣନାରେ ଓବିସି ଜନଗଣନାକୁ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପିତ କରିଥିଲେ ।

ତେଣୁ ଓଡ଼ିଶାରେ ରାଜ୍ୟ ସରକାର ପଛୁଆବର୍ଗ ଜନଗଣନା ପାଇଁ ନିଜର ନୈତିକ ଦାୟିତ୍ଵ ତୁଲାଇବା ସହିତ ଖୁବ୍‌ଶୀଘ୍ର ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଦାବି କରିଛନ୍ତି । ଯଦି ପଛୁଆବର୍ଗ ଜନଗଣନାକୁ ଏବେଠାରୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆ ନଯାଏ ତାହେଲେ ନାମ ଲେଖା ଭଳି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟର ବହୁ ଯୋଗ୍ୟ ପଛୁଆବର୍ଗ ପ୍ରାର୍ଥୀ ବଞ୍ଚିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ରବି ତାଙ୍କର ଏହି ଚିଠିରେ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ପଛୁଆବର୍ଗର ସ୍ଵାର୍ଥ ଦୃଷ୍ଟିରୁ ତୁରନ୍ତ ଜାତି ଜନଗଣନା ଓଡ଼ିଶାରେ ଆରମ୍ଭ କରିବା ପାଇଁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.