ETV Bharat / city

ଅଧା ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ

author img

By

Published : Oct 11, 2021, 3:30 PM IST

ରାଜ୍ୟର ଅଧିକାଂଶ ଅଞ୍ଚଳରୁ ବିଦାୟ ନେଇଛି ଦକ୍ଷିଣ ପଶ୍ଚିମ ମୌସୁମୀ । ଅଧିକ ପଢନ୍ତୁ...

ଅଧା ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ
ଅଧା ଓଡ଼ିଶାରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ

ଭୁବନେଶ୍ବର: ରାଜ୍ୟର ଅଧାରୁ ଅଧିକ ଅଞ୍ଚଳରୁ ଧୀରେ ଧୀରେ ବିଦାୟ ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ । ପଶ୍ଚିମ ଓଡିଶାର 8ଟି ଜିଲ୍ଲାରୁ ମୌସୁମୀ ଫେରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଗତ ଶନିବାର ମୌସୁମୀ ଉତ୍ତର ଭାରତରୁ ବିଦାୟ ପ୍ରକ୍ରିୟା ଆରମ୍ଭ କରିଥିଲା ।

  • Conditions are becoming favorable for further withdrawal of SW monsoon from some more parts of Odisha during next 2 days.

    — Meteorological Centre, Bhubaneswar (@mcbbsr) October 11, 2021 " class="align-text-top noRightClick twitterSection" data=" ">

ପଶ୍ଚିମ ଓଡିଶାର 8ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡା ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସେହିପରି ଅନୁଗୋଳ, ବୌଦ୍ଧ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି ।

ପାଗ ଅନୁକୂଳ ଥିବାରୁ ଆସନ୍ତା ୨ ଦିନ ଭିତରେ ରାଜ୍ୟର ଅବଶିଷ୍ଟ ଜିଲ୍ଲାରୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଗତ ବୁଧବାରଠାରୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବିଦାୟ ନେବା ଆରମ୍ଭ କରିଥିବାବେଳେ ଓଡ଼ିଶାରୁ ୨ରୁ ୩ଦିନ ମଧ୍ୟରେ ବିଦାୟ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.