ETV Bharat / city

ଖୁବଶୀଘ୍ର ଖୋଲିବ ପ୍ରଥମରୁ ଅଷ୍ଟମ ଶ୍ରେଣୀ, ପ୍ରସ୍ତୁତ ହେଉଛି SOP - SOP ready for opening of 1st to 8th class

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ SOP ପ୍ରତ୍ସୁତ ହେଉଛି ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି । ଅଧିକ ପଢନ୍ତୁ...

SOP ready for the opening of 1st to 8th class in Odisha
ପ୍ରଥମରୁ ଅଷ୍ଟମ ଖୋଲିବା ପାଇଁ SOP ପ୍ରତ୍ସୁତ ହେଉଛି: ଗଣଶିକ୍ଷା ମନ୍ତ୍ରୀ
author img

By

Published : Feb 6, 2021, 2:10 PM IST

Updated : Feb 6, 2021, 2:41 PM IST

ଭୁବନେଶ୍ବର: ରାଜ୍ୟରେ ନବମରୁ ଏକାଦଶ ଶ୍ରେଣୀ ଖୋଲିବା ପରେ ଏବେ ଶିକ୍ଷା ବିଭାଗ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପ୍ରସ୍ତୁତ ହେଉଛି । ଏଥିଲାଗି SOP ପ୍ରସ୍ତୁତ ହେଉଥିବା ବେଳେ SRC ମାର୍ଗଦର୍ଶିକା ଜାରି କରିଛନ୍ତି ।

ପ୍ରଥମରୁ ଅଷ୍ଟମ ଖୋଲିବା ପାଇଁ SOP ପ୍ରତ୍ସୁତ ହେଉଛି: ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା 8 ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ସ୍ଥିର କରାଯାଇଛି । ତେବେ ଛାତ୍ରଛାତ୍ରୀଙ୍କ ପାଠପଢାରେ ଶିକ୍ଷକଙ୍କ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ଏଥିଲାଗି ନିୟୋଜିତ ହେବେ । ଏହାସହିତ ରବିବାର ଦିନ ନବମରୁ ଏକାଦଶ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ SOP ପ୍ରସ୍ତୁତ ହେଉଛି । ଏହି ଶ୍ରେଣୀ ପାଇଁ SRC ମାର୍ଗଦର୍ଶିକା ଜାରି କରିସାରିଛନ୍ତି । ଅଙ୍ଗନବାଡି ଖୋଲା ଯାଇସାରିଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟ ଖୋଲିବା ପାଇଁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟର ବିଦ୍ୟାଳୟମାନଙ୍କରେ ସମସ୍ତ ଶ୍ରେଣୀ ଖୋଲିବା ପରେ ଶ୍ରେଣୀକକ୍ଷର କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 6, 2021, 2:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.