ETV Bharat / city

ଅକାଳରେ ଯାଇଛି ଜୀବନ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଆକୁଳ ନିବେଦନ

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ହତ୍ୟା ମାମଲା । ଦୋଷୀଙ୍କୁ ଦଣ୍ଡ ପ୍ରଦାନରେ ବିଳମ୍ବ ହେଉ କିମ୍ବା ସୁରକ୍ଷା ବ୍ୟବସ୍ଥାର ଆପାରଗତା ହେଉ ଯେକୌଣସି କାରଣ ପାଇଁ ଅକାଳରେ ଚାଲିଯାଉଛି ନିରୀହଙ୍କ ଜୀବନ । ଫଳରେ ଆଜି ବାଧ୍ୟ ହୋଇ କେତକ ପୀଡିତଙ୍କ ପରିବାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ....

ଅକାଳରେ ଯାଇଛି ଜୀବନ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଆକୁଳ ନିବେଦନ
ଅକାଳରେ ଯାଇଛି ଜୀବନ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଆକୁଳ ନିବେଦନ
author img

By

Published : Apr 18, 2021, 5:57 PM IST

Updated : Apr 18, 2021, 9:33 PM IST

ଭୁବନେଶ୍ବର: ରାଜ୍ୟରେ ବହୁ ନିର୍ମମ ହତ୍ୟାକାଣ୍ଡର ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଦ୍ବାରସ୍ଥ ହେଲେ ପୀଡିତ । ଆଜି(ରବିବାର) ରାଜ୍ୟର କେତେକ ପୀଡିତ ଏବଂ ପୀଡିତଙ୍କ ପରିବାରର ନ୍ୟାୟ ପାଇଁ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଅକାଳରେ ଯାଇଛି ଜୀବନ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଆକୁଳ ନିବେଦନ

ସୂଚନା ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ବାଜପୁରର ଦିଲ୍ଲୀପ ସାହୁ ତାଙ୍କ ଭାଇ ଦୀପ୍ତିକାନ୍ତ ସାହୁଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ୮ ଜଣ ସମର୍ଥକ ଫେବ୍ରୁଆରୀ 28 2014 ରେ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସେ ଏନେଇ ବାରମ୍ବାର ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏଯାବତ୍ ମାମଲାର ସମାଧାନ ହୋଇ ନ ଥିବା ସେ କହିଛନ୍ତି । ତେଣୁ ସେ ଆଜି ନିଜ ଭାଇଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟି ନିବେଦନ କରିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ସୁଲୋଚନା ଦାଶ ତାଙ୍କ ଇଞ୍ଜିନିୟର ପୁଅ ଅମୃତ ଦାଶଙ୍କୁ 2019 ମସିହା ଜୁଲାଇ 20 ତାରିଖରେ କିଛିଲୋକ ଘରୁ ଡାକିନେଇ ତିର୍ତ୍ତୋଲ ବାଲିପାଟଣା ନିକଟରେ ଅତି ନିର୍ମମ ଭାବେ ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ବାରମ୍ବାର ନ୍ୟାୟ ପାଇଁ ପୋଲିସ କାର୍ଯ୍ୟାଳୟକୁ ଦୌଡିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ପୁଅର ହତ୍ୟାକାରୀକୁ ଦଣ୍ଡ ପାଇଁ ଆଜି ସେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ସୁଲୋଚନା ଏବଂ ତାଙ୍କ ବଡପୁଅ ମଧ୍ୟ ଏଥିପାଇଁ ପୂର୍ବରୁ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି ।

ଅନ୍ୟପଟେ ଜଗତସିଂହପୁରର ଉମେଶ ଜେନା ତାଙ୍କ ଭାଇ ଉଲ୍ଲାସ ଜେନାଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରିଛନ୍ତି । ତେବେ 2016 ରେ ଉଲ୍ଲାସଙ୍କୁ କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟାକରି ଜାଳିଦେଇଥିଲେ । ସେହିପରି ମୟୂରଭଞ୍ଜର ସୁବାସିନୀ ପୋଥାଳ ତାଙ୍କ ଇଞ୍ଜିନିୟର ପୁଅ ଅକ୍ଷୟ ପୋଥାଳଙ୍କୁ ଭୁବନେଶ୍ବରରେ କିଛି ଦୁର୍ବୃତ୍ତ 2016 ମସିହାରେ ହତ୍ୟା କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି । ବହୁଚର୍ଚ୍ଚିତ ବୌଦ୍ଧର ସମାଜସେବୀ ଆଦିତ୍ୟ ଦାଶଙ୍କ ମାଆ ପଦ୍ମାଳୟା ଦାଶ ମଧ୍ୟ ପୁଅର ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ଯାଜପୁର ବିଞ୍ଝାରପୁରର ମୋନାଲିସା ନାୟକ 2020ରୁ ତାଙ୍କ ଝିଅ ପିହୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାର ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି ତାଙ୍କ ବନ୍ଧୁଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି । ପ୍ରତାପଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସାଙ୍ଗ ସୂଚନା ଅଧିକାରୀ କର୍ମୀ ରଞ୍ଜନ ଦାସଙ୍କୁ ଫେବ୍ରୁଆରୀ 2020ରେ କିଛି ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରି ଫୋପାଡି ଦେଇଥିଲେ । ମାତ୍ର ନ୍ୟାୟ ପାଇଁ ବାରମ୍ବାର ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଇନଥିବା ସେ କହିଛନ୍ତି । ତେଣୁ ରାଜ୍ୟରେ ଏଭଳି ହତ୍ୟାକାଣ୍ଡର ସମସ୍ତ ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟରେ ଦାବି ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 18, 2021, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.