ETV Bharat / city

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିବ ଖଦି ବୋର୍ଡ - ଭୁବନେଶ୍ବର

ରାଜ୍ୟ ଖଦି ବୋର୍ଡ ଗାନ୍ଧୀ ଜୟନ୍ତୀରେ ଆୟୋଜନ କରୁଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖଦି ବୋର୍ଡ ସଭାପତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 20, 2019, 3:25 PM IST

ଭୁବନେଶ୍ବର: ଅକ୍ଟୋବର 2 ତାରିଖରେ ସାରା ଦେଶ ପାଳନ କରିବ ଜାତିର ପିତାଙ୍କ 150 ତମ ଜୟନ୍ତୀ । ଓଡିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ପକ୍ଷରୁ ମଧ୍ୟ ଆୟୋଜନ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଖଦି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ।

ଖଦି ବୋର୍ଡ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ଗାନ୍ଧୀ ମୂର୍ତ୍ତୀର ଚତୁଃପାର୍ଶ୍ବକୁ ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ଆସନ୍ତା 30 ତାରିଖରେ ତାହାର ଉଦଘାଟନ କରାଯିବ । ସେହିପରି ଜୟନ୍ତୀ ଦିନ ସେଠାରେ ମାଲ୍ୟାର୍ପଣ ମଧ୍ୟ କରାଯିବ । ଏହା ସହିତ ରାମଧୁନ ପରିବେଷଣ ହେବ। ପରେ ଭଞ୍ଜକଳାମଣ୍ଡପରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ବାଳକ ଆଶ୍ରମ ଓ କନ୍ୟାଶ୍ରମର କୃତୀ ପିଲାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହା ସହିତ ଖଦିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରିଥିବା 3ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଭଞ୍ଜକଳା ମଣ୍ଡପ ପରିସରରେ ବିଭିନ୍ନ ଖଦି ଓ ଗ୍ରାମଦ୍ୟୋଗ ସାମଗ୍ରୀର ପ୍ରଦର୍ଶନ ସହିତ ଗାନ୍ଧୀ ବିଚାର ଉପରେ ଆଲୋଚନା କରାଯିବ ବୋଲି ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.