ETV Bharat / city

ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି: ବିଜେଡି

author img

By

Published : Sep 25, 2021, 7:45 AM IST

ଓଡିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ଗଣମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟର ଭୁଲ ବ୍ୟାଖ୍ୟା କରୁଛନ୍ତି । ଏକପାଖିଆ ମତ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅଧିକ ପଢନ୍ତୁ...

sreemayee mishra reaction on mp aparajita sarangi
ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ କରି ପ୍ରତିକ୍ରିୟା ରଖିଲେ ଓଟିଡିସି ଅଧ୍ୟକ୍ଷ ତଥା ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଯାହା ଜଣାପଡୁଛି ଅପରାଜିତା ଷଡଙ୍ଗୀ ଏବେ ବି ନିଜକୁ ରାଜନୈତିକ ବ୍ୟକ୍ତି ନୁହେଁ, ଜଣେ ପ୍ରଶାସିକା ବୋଲି ଭାବୁଛନ୍ତି । ଓଡିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ଗଣମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟର ଭୁଲ ବ୍ୟାଖ୍ୟା କରୁଛନ୍ତି । ଏକପାଖିଆ ମତ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମୟୀ କହିଛନ୍ତି ଯେ, ଦାରିଦ୍ର୍ୟ ହାରକୁ ୨୪% ହ୍ରାସ କରିବା ସହିତ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିଥିବାରୁ ନୀତି ଆୟୋଗ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡିଶାକୁ ପ୍ରଶଂସା କରିଥିବା ବିଷୟରେ ଅପରାଜିତା ବୋଧହୁଏ ଅବଗତ ନାହାନ୍ତି । ଆମେ ଅପରାଜିତାଙ୍କୁ ଅନୁରୋଧ କରୁଛୁ ଶସ୍ତା ରାଜନୀତି କରନ୍ତୁ ନାହିଁ । ରିପୋର୍ଟର ଭୁଲ ବ୍ୟାଖ୍ୟା ସହିତ ପକ୍ଷପାତିତା ମତ ଦେଇ ଓଡିଶାକୁ ବଦନାମ ତଥା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହା ଅପେକ୍ଷା ବରଂ ଭୁବନେଶ୍ୱରର ସାଂସଦ ଭାବରେ ସେ ତାଙ୍କ କାର୍ଯ୍ୟକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ । ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥାନ୍ତି ବୋଲି ଶ୍ରୀମୟୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.