ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା ବର୍ଷ SHG ମହିଳାଙ୍କୁ ଦିଆଯିବ ଲାଇନ ମ୍ୟାନ ଟ୍ରେନିଂ । ଏ ନେଇ ମିଶନ ଶକ୍ତି ବିଭାଗ ଓ ଶକ୍ତି ବିଭାଗ ମିଳିତ ଭାବେ ଖସଡ଼ା ପ୍ରସ୍ତୁତ କରୁଛନ୍ତି । ଯୋଗ୍ୟ ମହିଳାଙ୍କୁ ଲାଇନମ୍ୟାନ୍ ଟ୍ରେନିଂ ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ।
ପୁରୁଷ ପ୍ରାଧାନ୍ୟ ପେଶାରେ ମହିଳା ହେବେ ସାମିଲ । ଯୋଗ୍ୟ ମହିଳାଙ୍କୁ ଦିଆଯିବ ଟ୍ରେନିଂ । SHG ମହିଳାଙ୍କୁ ଲାଇନମ୍ୟାନ୍ ଟ୍ରେନିଂ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାବର୍ଷ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଜଣାପଡିଛି । ଏ ନେଇ ମିଶନ ଶକ୍ତି ବିଭାଗ ଓ ଶକ୍ତି ବିଭାଗ ମିଳିତ ଭାବେ ଖସଡ଼ା ପ୍ରସ୍ତୁତ କରୁଛନ୍ତି ।
ମିଶନ ଶକ୍ତି ବିଭାଗ ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ କହିଛନ୍ତି ଯେ, "SHG ମହିଳା ମାନେ ଘର ଘର ବୁଲି ଇଲେକ୍ଟ୍ରିସିଟି ମିଟର ରିଡିଙ୍ଗ କରୁଛନ୍ତି । ବିଲ୍ ଆଦାୟ ମଧ୍ୟ କରୁଛନ୍ତି । SHG ମହିଳା ମାନେ ଏଥିରେ ଭଲ କାମ କରୁଥିବା ବିଦ୍ୟୁତ ଯୋଗାଣ ସଂସ୍ଥା ମାନେ ଫିଡ଼ବ୍ୟାକ ଦେଉଛନ୍ତି । ଘରେ ମହିଳାମାନେ ରହୁଥିବାରୁ ଯେକୌଣସି ସମୟରେ SHG ମହିଳାମାନେ ଯାଇ ଏହି କାମ କରିପାରୁଛନ୍ତି ।"