ETV Bharat / city

ରାଜଧାନୀର ୫ଟି ଜୋନରେ ହେବ ସେରୋ ସର୍ଭେ

ଆସନ୍ତାକାଲି(ମଙ୍ଗଳବାର)ଠୁ ଭୁବନେଶ୍ବରର ୫ଟି ଜୋନରେ ଆରମ୍ଭ ହେବ ସେରୋ ସର୍ଭେ । ଅଧିକ ପଢନ୍ତୁ...

author img

By

Published : Aug 30, 2021, 2:47 PM IST

ରାଜଧାନୀର ୫ ଜୋନରେ ହେବ ସେରୋ ସର୍ଭେ
ରାଜଧାନୀର ୫ ଜୋନରେ ହେବ ସେରୋ ସର୍ଭେ

ଭୁବନେଶ୍ବର: ରାଜଧାନୀର ୫ଟି ଜୋନରେ ହେବାକୁ ଯାଉଛି ସେରୋ ସର୍ଭେ । ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ବରରେ ସେରୋ ସର୍ଭେ ହେବ । ତେବେ ICMRର ଅନୁରୋଧ କ୍ରମେ ବିଏମସି ୫ଟି ୱାର୍ଡରେ ସେରୋ ସର୍ଭେ କରିବାକୁ ଯାଉଛି ।

ରାଜଧାନୀର ୫ ଜୋନରେ ହେବ ସେରୋ ସର୍ଭେ
ରାଜଧାନୀର ୫ ଜୋନରେ ହେବ ସେରୋ ସର୍ଭେ

ବିଏମସିର ୩ଟି ଜୋନର ଯଥାକ୍ରମେ ୱାର୍ଡ ନମ୍ବର ୮, ୧୫, ୩୨, ୪୧ ଓ ୬୩ ଅଞ୍ଚଳରେ ସର୍ଭେ ହେବ। ଏଥିପାଇଁ ବିଏମସି ପକ୍ଷରୁ ୫ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ଜଣେ ଜଣେ ଅଧିକାରୀ ରହି ଏହାର ପରିଚାଳନା କରିବେ । ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ବା ମାର୍ଗଦର୍ଶିକା ଜାରି ହୋଇଛି ।

ତେବେ ସୂଚନା ଥାଉକି ଆଞ୍ଚଳିକ ମେଡି଼କାଲ ଗବେଷଣା କେନ୍ଦ୍ର(RMRC) ଗତକାଲି(ରବିବାର)ଠାରୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବିଭିନ୍ନ ବୟସ ବର୍ଗଙ୍କୁ ନେଇ ସର୍ଭେ ଆରମ୍ଭ କରିଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.