ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ । ୧୫ ଟି ୱାର୍ଡରେ ପ୍ରାୟ ୧୫୦୦ ଟେଷ୍ଟ କରାଯିବ । ଶୁକ୍ରବାର ଭୁବନେଶ୍ବର ୟୁନିଟ ୨ ୱାର୍ଡ ନଂ ୪୦ ରେ ୟୁନିଟ ୨ ୟୁପି ସ୍କୁଲରେ ୫୩ଟି ସାମ୍ପଲ ଟେଷ୍ଟ କରାଯାଇଛି ।
ସ୍ମାର୍ଟସିଟିରେ ଦିନକୁ ଦିନକୁ କୋରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ରୋକିବାକୁ ବିଏମସିର ସମସ୍ତ ଚେଷ୍ଟା ବିଫଳ ହେଉଥିବାର ପରିଲକ୍ଷିତ ହେଉଛି । ତଥାପି ସେରୋ ସର୍ଭେଲାନ୍ସ କହିବ ଭୁବନେଶ୍ବର ସଂକ୍ରମଣ ହାର । ତେବେ ଗୋଷ୍ଠୀ ସଂକ୍ରମଣ ମୁହାଁ ରାଜଧାନୀ ଭୁବନେଶ୍ବର ଅଛି କି ନାହିଁ, ତାହା ଜାଣିବାକୁ ବିଏମସି ଓ ଆଇସିଏମଆର ପକ୍ଷରୁ ଭୁବନେଶ୍ବରରେ ଶୁକ୍ରବାର ଠାରୁ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଟେଷ୍ଟ ଆରମ୍ଭ ହୋଇଛି ।
ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଟେଷ୍ଟ ସଂକ୍ରମଣର ହାର ସ୍ପଷ୍ଟ କରିବ । ସେପଟେ ଏହି ଟେଷ୍ଟକୁ ଜନସାଧାରଣ ସ୍ବାଗତ କରିଥିବା ବେଳେ ବିଏମସିର ଯୁକ୍ତି ଦୈନିକ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଛି । ତେବେ ପର୍ଯ୍ୟାୟକ୍ରମେ ଏହି ଟେଷ୍ଟ ଚାଲିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ