ETV Bharat / city

ଓଡ଼ିଶାରେ ବି ପଞ୍ଜାବ କଂଗ୍ରେସ ମଡେଲ ପାଇଁ ସୁରଙ୍କ ଦାବି

ଓଡ଼ିଶା ପିସିସି ମୁଖ୍ୟଙ୍କ ସହ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ତେବେ ଓଡ଼ିଶାରେ ମଧ୍ୟ ପଞ୍ଜାବ କଂଗ୍ରେସ ମଡେଲ ଆପଣାଇବାକୁ ବିଧାୟକ ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ବି ପଞ୍ଜାବ କଂଗ୍ରେସ ମଡେଲ ପାଇଁ ସୁରଙ୍କ ଦାବି
ଓଡ଼ିଶାରେ ବି ପଞ୍ଜାବ କଂଗ୍ରେସ ମଡେଲ ପାଇଁ ସୁରଙ୍କ ଦାବି
author img

By

Published : Apr 11, 2022, 10:37 PM IST

ଭୁବନେଶ୍ବର: ଓଡ଼ିଶା ପିସିସି ମୁଖ୍ୟଙ୍କ ସହ ହୋଇପାରେ ବଡ଼ ଧରଣର ପରିବର୍ତ୍ତନ । ବରିଷ୍ଠତା କିମ୍ବା ଯୋଗ୍ୟତା ଭିତ୍ତିରେ ନୁହେଁ, ବିଧାୟକଙ୍କୁ ମିଳିବ ଗୁରୁ ଦାୟିତ୍ବ । ଅଭିଜ୍ଞ ବିଧାୟକ ହୋଇପାରନ୍ତି ପରବର୍ତ୍ତୀ ପିସିସି ମୁଖ୍ୟ । ଓଡ଼ିଶା ପ୍ରଦେଶ କଂଗ୍ରେସ ଆପଣାଇ ପାରେ ପଞ୍ଜାବ କଂଗ୍ରେସ ମଡେଲ ।

ଓଡ଼ିଶାରେ ବି ପଞ୍ଜାବ କଂଗ୍ରେସ ମଡେଲ ପାଇଁ ସୁରଙ୍କ ଦାବି
ପଞ୍ଜାରେ ପିସିସି ସଭାପତି ପଦରୁ ନବଜୋତ ସିଦ୍ଧୁଙ୍କ ଇସ୍ତଫା ପରେ ରାଜା ହୋଇଛନ୍ତି ପଞ୍ଜାବ କଂଗ୍ରେସ ସଭାପତି । ତୃତୀୟ ଥର ବିଧାୟକ ହୋଇଥିବା ଯୁବ ନେତା ଅମରିନ୍ଦର ସିଂ ରାଜା ଓ୍ବାଡିଂଙ୍କୁ ପିସିସି ସଭାପତି କରି ପଞ୍ଜାବ ଦାୟିତ୍ବ ଦେଇଛନ୍ତି ହାଇକମାଣ୍ଡ । ଏହାରି ମଧ୍ୟରେ କୌଣସି ମୂହୁର୍ତ୍ତରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନର ଆଭାସ ମିଳିଛି । ବଡ଼କଥା ହେଉଛି ଓଡ଼ିଶାରେ ବି ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଆବଶ୍ୟକ ସ୍ଥଳେ ଦିଲ୍ଲୀ ଯିବାକୁ ପଡିଲେ ଯିବୁ, ଯେଉଁ ବିଧାୟକଙ୍କ ଦାୟିତ୍ବ ଦେଲେ ଅନ୍ୟମାନେ ସମର୍ଥନ କରିବେ । ଏହାକୁ ନେଇ ପ୍ରଭାରୀଙ୍କ ସହ ଆଲୋଚନାବେଳେ ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।୨୦୧୯ ସାଧାରଣ ନିର୍ବାଚନ ପରାଜୟ ପରେ ନିରଞ୍ଜନ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ତାହା ଗ୍ରହଣ ହୋଇନାହିଁ । ଏହାରି ଭିତରେ ଦିଲ୍ଲୀ ନେତା ଭକ୍ତ ଦାସ କିମ୍ବା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ଦାୟିତ୍ବ ଦେବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ତେବେ ଜୟଦେବଙ୍କୁ ପୁଣି ଥରେ ପିସିସି ସଭାପତି କରାଇବାକୁ ରାଜ୍ୟ କଂଗ୍ରେସର ଗୋଟିଏ ଗୋଷ୍ଠୀ ଲବି ଚଳାଇଥିବା ଜଣାପଡ଼ିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.