ETV Bharat / city

ଦ୍ବିତୀୟ ପର୍ଯ୍ୟାୟ ପ୍ରମୋସନ ଅଦାଲତ ଆରମ୍ଭ; ୨ ହଜାରରୁ ଉର୍ଦ୍ଧ୍ବ ଅଭିଯୋଗ ଶୁଣାଣି ଲକ୍ଷ୍ୟ - ସରକାରୀ କର୍ମଚାରୀ

ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରମୋସନ ଅଦଲାତ ଶୁଣାଣି ଶିବିର । ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜେ ରାଜସ୍ବ ଓ ବିପର୍ଯ୍ୟୟ ସହିତ ଯୋଜନା ଓ ସଂଯୋଜନା ବିଭାଗର ଶୁଣାଣି କରିଛନ୍ତି ।

Promotion adalat
Promotion adalat
author img

By

Published : Feb 27, 2020, 3:15 PM IST

ଭୁବନେଶ୍ବର: ଗୁରୁବାର ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ଥରେ ଆରମ୍ଭ ହେଲା ପ୍ରମୋସନ ଅଦାଲତ । ପ୍ରଥମ ପର୍ଯ୍ୟାୟ ପରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ।

ଦ୍ବିତୀୟ ପର୍ଯ୍ୟାୟ ପ୍ରୋମସନ ଅଦାଲତ ଆରମ୍ଭ; ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସିସିଆର ନାହିଁ ଆବଶ୍ୟକ

ଦ୍ବିତୀୟ ପର୍ଯ୍ୟାୟରେ ୨ ହଜାରରୁ ଉର୍ଦ୍ଧ୍ବ ଅଭିଯୋଗ ଶୁଣାଣି କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଜେ ରାଜସ୍ବ ଓ ବିପର୍ଯ୍ୟୟ ସହିତ ଯୋଜନା ଓ ସଂଯୋଯନା ବିଭାଗର ଶୁଣାଣି କରିଛନ୍ତି । ଗୁରୁବାର 200 ଅଭିଯୋଗର ଶୁଣାଣି ପାଇଁ ନିଷ୍ପତି ହୋଇଥିବା ବେଳେ ୧୦୦ ଜଣ ଅଭିଯୋଗକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ । ତେବେ ଅନୁପସ୍ଥିତ ଥିବା ଅଭିଯୋଗକାରୀଙ୍କ ମଧ୍ୟ ମାମଲା ଶୁଣାଣି ହୋଇଥିଲା । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସିସିଆର ଆବଶ୍ୟକ ନଥିବା ବେଳେ , କେବଳ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସୁପାରିଶରେ ତାଙ୍କୁ ପଦୋନ୍ନତି ଦିଆଯିବାକୁ ଧାର୍ଯ୍ୟ ହୋଇଛି ।

ସେହିପରି ଶନିବାର ଦିନ ଜଙ୍ଗଲ ଓ ପରିବେଶ, ଇସ୍ପାତ ଓ ଖଣି, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦନ୍ନୋତି ସମ୍ବନ୍ଧିୟ ମାମଲାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି । ଏହି ଶୁଣାଣି ଶିବିର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଅନ୍ଯ 5 ଟି ସ୍ଥାନରେ ଅନୁଷ୍ଠିତ ହେଉଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.