ETV Bharat / city

ଅଗଷ୍ଟ 5 ଯାଏଁ ଏବର୍ଷ ଓଡିଶାରେ ସ୍ବାଭାବିକ ଠୁ କମବର୍ଷା - କ'ଣ ରହିଛି ଓଡିଶାରେ ଋତୁ କାଳୀନ ବର୍ଷାର ସ୍ଥିତି

ଓଡ଼ିଶାରେ ଋତୁକାଳୀନ ବର୍ଷାର ସ୍ଥିତି, କଣ ରହିଛି ନଜର ପକାନ୍ତୁ ।

କ'ଣ ରହିଛି ଓଡିଶାରେ ଋତୁ କାଳୀନ ବର୍ଷାର ସ୍ଥିତି

author img

By

Published : Aug 5, 2020, 4:00 PM IST

ଭୁବନେଶ୍ୱର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ତଥା ଋତୁକାଳୀନ ବର୍ଷାର ସ୍ଥିତି କଣ ରହିଛି ନଜର ପକାନ୍ତୁ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ଜୁନ 1 ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୫୫୩.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୬୨୫.୯ ଠାରୁ ୧୧ ପ୍ରତିଶତ କମ ରହିଛି । ସେପଟେ ଉପକୂଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

କ'ଣ ରହିଛି ଓଡିଶାରେ ଋତୁ କାଳୀନ ବର୍ଷାର ସ୍ଥିତି
କ'ଣ ରହିଛି ଓଡିଶାରେ ଋତୁ କାଳୀନ ବର୍ଷାର ସ୍ଥିତି

ସେହିପରି ୧ ଜୁନ ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୧୧ଟି ଜିଲ୍ଲା, ଯାଜପୁର (-୪୨%), ବାଲେଶ୍ୱର (-୩୫%), କେନ୍ଦ୍ରାପଡା (-୩୪%), ଖୋର୍ଦ୍ଧା (-୩୧%), କଟକ(-୨୬%), ନୟାଗଡ(-୨୫%), ସୋନପୁର (-୨୪ %), ଜଗତସିଂହପୁର (-୨୩%), ମୟୂରଭଞ୍ଜ(-୨୩%), ପୁରୀ (-୨୦%), ଏବଂ ବଲାଙ୍ଗୀର (-୨୦%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ୧୯ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୪୨ % କମ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୭୫୨.୭ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୬୫୦.୯ ଠାରୁ ୧୬% ପ୍ରତିଶତ ଅଧିକ ।

୧ ଜୁନ ରୁ ୫ ଅଗଷ୍ଟ ୨୦୨୦ ମଧ୍ୟରେ, ଓଡ଼ିଶାରେ ୪ଟି ଜିଲ୍ଲାରେ ୩୦ ପ୍ରତିଶତ କିମ୍ବା ତା ଠାରୁ କମ ବର୍ଷା ରେକର୍ଡ ହୋଇଥିବା ଜିଲ୍ଲା ମଧ୍ୟରେ ଯାଜପୁର ୪୨ % କମ, ବାଲେଶ୍ୱର ୩୫ ପ୍ରତିଶତ କମ, କେନ୍ଦ୍ରାପଡା ୩୪ % କମ, ଏବଂ ଖୋର୍ଦ୍ଧା ୩୧ % କମ ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.