ଭୁବନେଶ୍ବର: ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜୁନ ୧ ତାରିଖରୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ପ୍ରାୟ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି ।
୧ ଜୁନ ରୁ ୨୮ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୯୮୧.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୮୯୬.୨ ମିମି ଠାରୁ ୧୦ % ପ୍ରତିଶତ ଅଧିକ ।
୧ ଜୁନ ରୁ ୨୮ ଅଗଷ୍ଟ ମଧ୍ୟରେ ଓଡ଼ିଶାର ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ୧ ଜୁନ ରୁ ୨୮ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୧୦ ଟି ଜିଲ୍ଲା ୧-ମାଲକାନଗିରି (୫୨%),୨-ଦେବଗଡ଼(୩୨%), ୩-ଝାରସୁଗୁଡା(୩୨%),୪-ଅନୁଗୁଳ(୨୬%),୫-ଢେଙ୍କାନାଳ(୨୫%) ,୬-ବୌଦ୍ଧ(୨୪%) , ୭-ବରଗଡ଼(୨୪%) ,୮-କେନ୍ଦ୍ରାପଡା (୨୩%),୯-ଭଦ୍ରକ (୨୩%), ଏବଂ ୧୦-ସୁନ୍ଦରଗଡ(୨୩%), ରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।
ସେହିପରି ୧ ଜୁନ ରୁ ୨୮ ଅଗଷ୍ଟ ୨୦୨୦ ମଧ୍ୟରେ ଗଂଜାମରେ ସର୍ବନିମ୍ନ ୬୦୧.୩ ମିମି ବର୍ଷା ରେକର୍ଡ କରାଯାଇଛି। ୧ ଜୁନ ରୁ ୨୮ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୪୮୧.୮ ମିମି ଯାହା ସ୍ୱାଭାବିକ ବର୍ଷା ୯୭୬.୩ ମିମି ଠାରୁ ୫୨% ପ୍ରତିଶତ ଅଧିକ ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ