ଭୁବନେଶ୍ବର: ଛାତ୍ର ବଦଳରେ ହିରୋଇନ ଫଟୋ ଥିବା ମାଟ୍ରିକ୍ ଆଡମିଟ୍ କାର୍ଡ ଭାଇରାଲ ପ୍ରସଙ୍ଗରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଭାଇରାଲ ଆଡମିଟ କାର୍ଡ ଫେକ (ମିଥ୍ୟା) ବୋଲି କହିବା ସହ ବୋର୍ଡକୁ ବଦନାମ କରିବା ପାଇଁ ଏହାକୁ ଭାଇରାଲ କରାଯାଇଥିବା କହିଲେ ମନ୍ତ୍ରୀ ସମୀର । ଆର୍ଡମିଟ କାର୍ଡରେ କଣ୍ଟ୍ରୋଲରଙ୍କ ଦସ୍ତଖତ ନଥିବା ଦର୍ଶାଇଲେ ମନ୍ତ୍ରୀ ।
ଏ ବାବଦରେ ବୋର୍ଡ ସଭାପତିଙ୍କ ସହିତ କଥା ହୋଇଥିବା କହିବା ସହ ସମସ୍ୟା ଉପୁଜିଲେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହ ତ୍ରୁଟି ଥିଲେ ସୁଧାର ଅଣାଯିବ କହି କୌଣସି ପିଲା ପରୀକ୍ଷାରୁ ବାଦ ପଡିବେ ନାହିଁ ବୋଲି ମନ୍ତ୍ରୀ ଆଶ୍ବସ୍ତ କରିଛନ୍ତି ।
ସୂଚନା ଅନୁସାରେ, ମାଟ୍ରିକ ଆଡମିଟ୍ କାର୍ଡ ବଣ୍ଟନ ପରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ଜଣେ ଛାତ୍ରଙ୍କ ଫଟୋ ପରିବର୍ତ୍ତେ ଦକ୍ଷିଣ ଭାରତୀୟ ଫିଲ୍ମ ହିରୋଇନଙ୍କ ଫଟୋ ରହିଥିବା ଆଡମିଟ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ