ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ଶନିବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଣି କରିଛନ୍ତି । ତେବେ ଏହାକୁ ନେଇ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ସେମାନଙ୍କର ମତ ପ୍ରକାଶ କରିଥିବା ବେଳେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ନିଜର ମତ ପ୍ରକାଶ କରିଛନ୍ତି ।
ସେ ସୁପ୍ରିମକୋର୍ଟର ରାୟକୁ ସମ୍ମାନ ଜଣାଇଛନ୍ତି । ସମ୍ବିଧାନ ଅନୁସାରେ ସୁପ୍ରିମକୋର୍ଟ ଯେଉଁ ବିଚାର କରିଛନ୍ତି ତାହା ସ୍ବାଗତ ଯୋଗ୍ୟ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ