ETV Bharat / city

ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ହେବେ ପାଟକୁରାରୁ ପ୍ରାର୍ଥୀ !

ଚର୍ଚ୍ଚା ହେଉଛି ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ବିଜେଡ଼ି ଟିକେଟ ଦେଇପାରେ । ଅନ୍ୟପଟେ ତେଜେଶ୍ୱର ପରିଡାଙ୍କ ନାମ ମଧ୍ୟ ଉଠୁଛି । ଏକଥା ମଧ୍ୟ କୁହାଯାଉଛି ଯେ ଦଳ ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇପାରେ । ଯେହେତୁ ବିଜୟ ମହାପାତ୍ର ବିଜେପିର ଜଣେ ହେଭିୱେଟ ନେତା । ତେଣୁ ତାଙ୍କୁ ଟକ୍କର ଦେବାକୁ ବିଜେଡି ସମସ୍ତ କଳ, ବଳ କୌଶଳ ଖଟାଇବ ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 24, 2019, 10:31 PM IST

ଭୁବନେଶ୍ବର: ବର୍ତ୍ତମାନ ପାଟକୁରାରୁ କାହାକୁ ମୈଦାନକୁ ଓହ୍ଲାଇବ ବିଜେଡି । ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ଥାନରେ ଦଳ କାହାକୁ ଦେବ ଟିକେଟ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡି ସେଠାରୁ ନୂଆ ଚେହେରା ଦେବ ନା ବେଦଙ୍କ ପରିବାରର କୌଣସି ନିର୍ବାଚନ ମୈଦାନକୁ ଓହ୍ଲାଇବ ତା' ଉପରେ ସମସ୍ତଙ୍କ ନଜର ।

ଚର୍ଚ୍ଚା ହେଉଛି ବେଦପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲଙ୍କୁ ଦଳ ଟିକେଟ ଦେଇପାରେ । ଅନ୍ୟପଟେ ତେଜେଶ୍ୱର ପରିଡାଙ୍କ ନାମ ମଧ୍ୟ ଉଠୁଛି । ଏକଥା ମଧ୍ୟ କୁହାଯାଉଛି ଯେ ଦଳ ନୂଆ ଚେହେରାକୁ ମୈଦାନକୁ ଓହ୍ଲାଇପାରେ । ଯେହେତୁ ବିଜୟ ମହାପାତ୍ର ବିଜେପିର ଜଣେ ହେଭିୱେଟ ନେତା, ତେଣୁ ତାଙ୍କୁ ଟକ୍କର ଦେବାକୁ ବିଜେଡି ସମସ୍ତ କଳ, ବଳ କୌଶଳ ଖଟାଇବ ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଭଳି ପରିସ୍ଥିତିରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଟିକେଟ ଦେବା ନଦେବା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧିନ ବ୍ୟାପାର । ଚଳିତ ମାସ ୨୯ ତାରିଖରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅଛି । ତାହାକୁ ନେଇ ସେ ବ୍ୟସ୍ତ ଅଛନ୍ତି । ବାପାଙ୍କ ଶୁଦ୍ଧିକ୍ରିୟା କାମ ସହିତ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କୁ କିଭଳି ବିପୁଳ ସଂଖ୍ୟା ଭୋଟରେ ନିର୍ବାଚିତ କରିବାକୁ ପଡିବ ସେନେଇ ସେ ସମସ୍ତ ସମୟ ଦେଉଛନ୍ତି ।

ବିଜୁ ବାବୁଙ୍କ କର୍ମଭୂମି ପାଟକୁରା । ବିଜେଡି ଓଡ଼ିଶାର ସବୁଠୁ ବଡ ଆଞ୍ଚଳିକ ଦଳ । ନବୀନ ବାବୁ ଆଉ ଶଙ୍ଖ ଚିହ୍ନ ସବୁଠୁ ବଡ ବଳ । ବାପାଙ୍କ ଆଶୀର୍ବାଦ ଅଛି ଆଗକୁ ପାଟକୁରାବାସୀଙ୍କ ସାହାଯ୍ୟ ସମର୍ଥନ ଓ ଆଶୀର୍ବାଦ ମିଳିବ ବୋଲି ସଞ୍ଜୟ ଅଗ୍ରୱାଲ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ 71. 61 ପ୍ରତିଶତ ମତଦାନ

ଭୁବନେଶ୍ବର: ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଉ ଏବେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ 71. 61 ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 59.60 ପ୍ରତିଶତ ମତଦାନ ହୋଇଛି । 

ସେହିଭଳି ପୁରୀରେ 72.53 ପ୍ରତିଶତ, କଟକରେ 69.65 ପ୍ରତିଶତ, ଢେଙ୍କାନାଳ 74.98ପ୍ରତିଶତ, କେନ୍ଦୁଝର 78. 16 ପ୍ରତିଶତ, ସମ୍ବଲପୁରରେ 76.38 ପ୍ରତିଶତ ମତଦାନ ହୋଇଛି । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ଏହୂ ସୂଚନା ଦିଆଯାଇଛି । 2014ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 58.40 ପ୍ରତିଶତ ଭୋଟିଂ ହୋଇଥିଲା ।

ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ପାଇଁ ମତଦାନ ବିଳମ୍ବ ହୋଇଥିଲା । ଅନ୍ୟପଟେ ଭୁବନେଶ୍ବରରେ କିଛି ସ୍ଥାନରେ ବିଳମ୍ବିତ ରାତି ଯାଏଁ ଭୋଟିଂ ଚାଲିଥିଲା ବୋଲି ସୂଚନା ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.