ଭୁବନେଶ୍ବର: ଦୀର୍ଘ ଦିନ ପରେ ନନ୍ଦନକାନନରେ ଆଖି ବୁଜିଛି ଗୋଟିଏ ହରିଣ । ଏହା ଏକ ସ୍ୟାମ୍ପ ହରିଣ ହୋଇଥିବା ସୂଚନା। ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା । ହରିଣଟି ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲା। ତେବେ କେଉଁ କାରଣରୁ ତାର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ।
ସୂଚନା ଅନୁଯାୟୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ଏକ ପୁରୁଷ ସ୍ୟାମ୍ପ ହରିଣର ମୃତ୍ୟୁ ଘଟିଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି ଯେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ବର୍ତ୍ତମାନ ନନ୍ଦନକାନନରେ 3ଟି ଅଣ୍ଡିରା ଓ 5ଟି ମାଇ ହରିଣ ସହିତ 3 ଟି ଫାଉନ ଅଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ