ETV Bharat / city

OBC କମିଶନ ସମ୍ମୁଖରେ ସମାଜବାଦୀ ପାର୍ଟିର ବିକ୍ଷୋଭ

author img

By

Published : Apr 14, 2022, 8:57 AM IST

ତୁରନ୍ତ ହେଉ ଜାତି ଭିତ୍ତିକ ଜନଗଣନା । ନାମଲେଖା ଓ ନିଯୁକ୍ତିରେ ଓବିସିଙ୍କୁ ଦିଆଯାଉ ୨୭% ସଂରକ୍ଷଣ । ଏହି ଦୁଇ ଦଫା ଦାବିରେ ଓବିସି କମିଶନ ଆଗରେ ବିକ୍ଷୋଭ କରିଛି ସମାଜବାଦୀ ପାର୍ଟି । ଅଧିକ ପଢନ୍ତୁ

ଓବିସି କମିଶନ ଆଗରେ ସମାଜବାଦୀ ପାର୍ଟିର ବିକ୍ଷୋଭ

ଭୁବନେଶ୍ବର: ତୁରନ୍ତ ହେଉ ଜାତି ଭିତ୍ତିକ ଜନଗଣନା । ନାମଲେଖା ଓ ନିଯୁକ୍ତିରେ ଓବିସିଙ୍କୁ ଦିଆଯାଉ ୨୭% ସଂରକ୍ଷଣ । ଏହି ଦୁଇ ଦଫା ଦାବିରେ ଓବିସି କମିଶନ ଆଗରେ ବିକ୍ଷୋଭ କରିଛି ସମାଜବାଦୀ ପାର୍ଟି । ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଛି ।

ରାଜ୍ୟରେ ଜାତିଗତ ଜନଗଣନା ହୋଇଥିବା ଯୋଗୁଁ ଓଡ଼ିଶାର ୫୨ ଭାଗ ପଛୁଆ ବର୍ଗ ୧୧.୨୫ % ସୁଯୋଗ ନିଯୁକ୍ତି କ୍ଷେତ୍ରରେ ପାଉଛନ୍ତି । ନାମଲେଖା କ୍ଷେତ୍ରରେ ଏହି ବର୍ଗର ପିଲାମାନଙ୍କୁ ଆଦୌ ସଂରକ୍ଷଣ ଦିଆଯାଉନାହିଁ । ଆଗାମୀ ଦିନରେ ରାଜ୍ୟରେ ୧ ଲକ୍ଷ ୩୧ ହଜାର ପଦବୀ ପୂରଣ ହେବାକୁ ଯାଉଛି । ୨୭ % ସଂରକ୍ଷଣ ଦିଆଯାଇଥିଲେ ୩୬ ହଜାର ଓବିସି ପିଲା ନିଯୁକ୍ତି ସୁଯୋଗ ପାଇପାରିଥାନ୍ତେ । ମାତ୍ର ସଂରକ୍ଷଣ ହ୍ରାସ ପାଗୁଁ ମାତ୍ର ୧୩ ହଜାର ଓବିସି ପିଲା ଚାକିରି ପାଇବେ ।

ଫଳରେ ଓବିସି ମାନେ ୨୩ ହଜାର ପଦବୀ ହରାଇବାକୁ ଯାଉଛନ୍ତି । ଗତ ୨ ତାରିଖ ଦିନ କେନ୍ଦ୍ର ସରକାର ଖାଲି ଥିବା ସମସ୍ତ ଶୂନ୍ୟ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଚାକିରିରେ ଓବିସି ମାନେ ୨୭ ଲାଗ ସଂରକ୍ଷଣ ପାଉଛନ୍ତି । ଆଇ.ଆଇ.ଟି. ନାମ ଲେଖାରେ ମଧ୍ୟ ସେମାନଙ୍କୁ ୨୭ ଭାଗ ସଂରକ୍ଷଣ ଦିଆଯାଉଛି । କିନ୍ତୁ ରାଜ୍ୟ ସରକାରଙ୍କର ଓବିସିଙ୍କ ପ୍ରତି ଥିବା ଟାଳଟୁଳ ନୀତିଗତ ନିଷ୍ପତ୍ତି ଯୋଗୁଁ ଏହି ବର୍ଗ ଦୀର୍ଘଦିନ ଧରି ତା’ର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଆସିଛି । ୨୭ ଭାଗ ସଂରକ୍ଷଣ ବଦଳରେ ମାତ୍ର ୧୧.୨୫ ସଂରକ୍ଷଣ ନିଯୁକ୍ତି କ୍ଷେତ୍ରରେ ମିଳୁଛି ।

ନାମ ଲେଖା କ୍ଷେତ୍ରରେ ସଂରକ୍ଷଣ ଦିଆନଯିବା ଯୋଗୁଁ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ବାର୍ଷିକ ହାରାହାରି ୫୦୦ ମେଡିକାଲ ସିଟ୍‌ ହରାଇବାରେ ଲାଗିଛନ୍ତି । ରାଜ୍ୟର ବେକାରୀ ୭୬ ଭାଗରେ ପହଞ୍ଚିଛି, ସେତେବେଳେ ପଛୁଆବର୍ଗଙ୍କୁ ସଂକ୍ରମଣ ନ ମିଳିବା ରାଜ୍ୟ ସରକାରଙ୍କ ପଛୁଆବର୍ଗ ନୀତି ପ୍ରତି ଗଭୀର ପ୍ରଶ୍ନ ଚିହ୍ନ ଆଙ୍କି ଦେଇଛି । ସରକାରଙ୍କର ଏହି ଟାଳଟୁଳ ନୀତି ଯୋଗୁଁ ୧୯୯୭ ରୁ ୨୦୧୭ ୨୦ ବର୍ଷ ଧରି ପାଞ୍ଚ ପାଞ୍ଚଟି ତ୍ରିସ୍ତରୀୟ ପର୍ଯ୍ୟାୟତ ନିର୍ବାଚନରେ ୨୭% ସଂରକ୍ଷଣ ପାଉଥିବା ଓବିସିମାନେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ, ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲଟି ନିର୍ବାଚନରେ ଆଦୌ ସଂରକ୍ଷଣ ପାଇପାରିଲେ ନାହିଁ । ଆଗାମୀ ଜୁନ ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ୬୦୭୬ ପ୍ରାଥମିକ ସମବାୟ ସମିତି ନିର୍ବାଚନରେ ୨୭ ଭାଗ ସଂରକ୍ଷଣ ଦିଆଗଲେ ରାଜ୍ୟର ପଛୁଆବର୍ଗମାନେ ପାଖାପାଖୁ ୧୮୦୦ଟି ପଦବୀ ପାଇ ପାରିଥାନ୍ତେ ।

କିନ୍ତୁ କୋର୍ଟ ଆଦେଶ ଆଳରେ ସରକାର ଏହି ବର୍ଗକୁ ସେଥିରେ ମଧ୍ୟ ଅଣଦେଖା କରିବାର ସମ୍ଭାବନା ରହିଛି । ଗତବର୍ଷ ମଇ ମାସ ୧ ରୁ ଜୁନ ୨୦ ଭିତରେ ରାଜ୍ୟରେ ପଛୁଆ ବର୍ଗ ଜନଗଣନା ହେବା ପାଇଁ ପଛୁଆବର୍ଗ କମିଶନ ନିଷ୍ପତ୍ତି ନେଇଥିଲେ । କିନ୍ତୁ କୋରୋନା ସଂକ୍ରମଣର ବୃଦ୍ଧି ଯୋଗୁଁ ଏହା ବନ୍ଦ ରହିଲା । ଏବେ କରୋନା ସଂକ୍ରମଣ କମିଯାଇଛି । ଜାତୀୟ ଓ ରାଜ୍ୟ ସ୍ତରରେ ଥିବା ସମସ୍ତ କରୋନା କଟକଣାକୁ ସରକାର ଉଠାଇ ଦେଇଛନ୍ତି ।

ସେହି ପରିପ୍ରେକ୍ଷୀରେ କମିଶନ ଦୂରନ୍ତ ଜାତି ଜନଗଣନା କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଶତାଧିକ ଦଳୀୟ କର୍ମୀ ବୁଧବାର ଓବିସି କମିଶନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଜାତିଗତ ଜନଗଣନା ଓ ରାଜ୍ୟରେ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବି କରି କମିଶନଙ୍କ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏ ଦିଗରେ କମିଶନ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନକଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ରବି ଚେତାଇ ଦେଇଛନ୍ତି । ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ଯୁବନେତା ସୁବ୍ରତ ଲେଙ୍କା ପ୍ରମୁଖ ଏହି ବିକ୍ଷୋଭରେ ନେତୃତ୍ବ ନେଇଥିଲେ । ବିକ୍ଷୋଭକାରୀମାନେ ଏହି ସ୍ମାରକପତ୍ରରେ ଓଡ଼ିଶା ସଂରକ୍ଷଣ ଆଇନକୁ ସମ୍ବିଧାନର ୯ମ ଅନୁଚ୍ଛେବ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.