ETV Bharat / city

ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ, OERC କାର୍ଯ୍ୟାଳୟ ଘେରିଲା ସମାଜବାଦୀ ପାର୍ଟି - ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ

ରାଜ୍ୟରେ ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଓଇଆରସି କାର୍ଯ୍ୟାଳୟ ଘେରିଲା ସମାଜବାଦୀ ପାର୍ଟିର ରାଜ୍ୟ ଶାଖା । ଅଧିକ ପଢନ୍ତୁ

ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ, OERC କାର୍ଯ୍ୟାଳୟ ଘେରିଲା ସମାଜବାଦୀ ପାର୍ଟି

author img

By

Published : Feb 19, 2022, 9:33 PM IST

Updated : Feb 19, 2022, 10:10 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି OERC(Orissa Electricity Regulatory Commission) କାର୍ଯ୍ୟାଳୟ ଘେରିଲା ସମାଜବାଦୀ ପାର୍ଟିର ରାଜ୍ୟ ଶାଖା । ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ଓଇଆରସି ଅଫିସ ଘେରାଉ କରିଛନ୍ତି । ଏହା ସହ 5 ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।

ଦାବିପତ୍ରରେ ଦର୍ଶାଯାଇଛି ଯେ, ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କରାଯାଉ, ନୂଆ ମିଟର ବସାଇବା ନାମରେ ଟାଟା କମ୍ପାନୀ ବିଜୁଳି ଗ୍ରାହକଙ୍କୁ ଶୋଷଣ କରୁଛି, ଟାଟାକୁ ସେଥିରୁ ଓଇଆରସି ନିବୃତ୍ତ ରଖୁ, ପ୍ରତ୍ୟେକ ବିପିଏଲ୍‌ ପରିବାରକୁ 300 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯାଉ, ବିଜୁଳି ସରବରାହ (ଟ୍ରାନ୍ସମିଶନ) ଜନିତ କ୍ଷତି କମ୍ କରାଯାଉ, ଗ୍ରୀଡ୍‌କୋ ଆବେଦନ ବିଳମ୍ବ ଯୋଗୁ 163 କୋଟି ଟଙ୍କାର ଯେଉଁ ବୋଝ ବିଜୁଳି ଗ୍ରାହକଙ୍କ ଉପରେ ଲଦି ଦିଆଯାଇଛି, ତାକୁ ଦରଖାସ୍ତ ଦେବା ପାଇଁ ଦାୟୀ ଗ୍ରୀଡ୍‌କୋ କର୍ତ୍ତୃପକ୍ଷଙ୍କ ଠାରୁ ଆଦାୟ କରାଯାଉ । ବିଜୁଳି କମ୍ପାନୀଗୁଡିକର ବାର୍ଷିକ ଲାଭ-କ୍ଷତି ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଶ୍ବେତପତ୍ର ପ୍ରଦାନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।

ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ, OERC କାର୍ଯ୍ୟାଳୟ ଘେରିଲା ସମାଜବାଦୀ ପାର୍ଟି
ଦଳର ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ରାଜ୍ୟର 92 ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ସେମାନଙ୍କ ସ୍ଵାର୍ଥ ଦୃଷ୍ଟିରୁ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ଦଳ ଦାବି କରିଛି । 1994/95 ମସିହାରେ ଓଡ଼ିଶାରେ ବିଦ୍ୟୁତ୍ ସଂସ୍କାର / ବିଦ୍ୟୁତ୍‌ ଘରୋଇକରଣ ଆରମ୍ଭ ହୋଇଥିଲା । ଏହି ସଂସ୍କାର ଫଳରେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ ବୋଲି ସେତେବେଳେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ବିଦ୍ୟୁତ୍‌ ସରବରାହ ଜନିତ କ୍ଷତି, ବିଦ୍ୟୁତ୍ ଚୋରି ରୋକାଯାଇ ପାରିଲେ ଶହ ଶହ କୋଟି ଟଙ୍କାର ରାଜସ୍ଵ ବଞ୍ଚାଯାଇ ପାରିବ । କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ , ବିଦ୍ୟୁତ୍ ସଂସ୍କାର ହେବାର 27 ବର୍ଷ ପରେ ମଧ୍ୟ ପ୍ରତିବର୍ଷ ବିଜୁଳି ମହଙ୍ଗା ହେବାରେ ଲାଗିଛି ବୋଲି ରବି ବେହେରା ଅଭିଯୋଗ କରିଛନ୍ତି । ବିଦ୍ୟୁତ୍ ସେବା ନିରବଚ୍ଛିନ୍ନ ଓ ଗୁଣାତ୍ମକ ହେବା ପରିବର୍ତ୍ତେ ଅଘୋଷିତ ବିଜୁଳି କାଟ ଓ ମିଞ୍ଜି ମିଞ୍ଜି ଆଲୁଅ ପାଇଁ ବିଦ୍ୟୁତ୍ ସେବା ବ୍ୟାହାତ ହେବାରେ ଲାଗିଛି । ରାଜ୍ୟର ଗ୍ରାମାଞ୍ଚଳ କଥା ନକହିବା ଭଲ । ଭାରତର ୧ ନମ୍ବର ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ଵରରେ ମଧ୍ଯ ଘନ ଘନ ବିଜୁଳି କାଟ ହେଉଛି । ମିଟର ବଦଳାଇବା ନାମରେ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଶୋଷଣ କରାଯାଉଛି । ସରବରାହ ଜନିତ କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝକୁ ରାଜ୍ୟବାସୀଙ୍କ ଉପରେ କ୍ରମାଗତ ଭାବରେ ପ୍ରତିବର୍ଷ ଲଦି ଚାଲିଛନ୍ତି ।

ତେଣୁ ଏଭଳି ଏକ ପରିସ୍ଥିତି ଦେଇ ଓଡ଼ିଶା ଗତି କରୁ ଥିବାବେଳେ ବିଦ୍ୟୁତ୍ ଆବଣ୍ଟନ କ୍ଷେତ୍ରରେ ପାଦ ଦେଇଥିବା କମ୍ପାନୀମାନେ ବିଜୁଳି କ୍ଷତି ନ କମାଇ, ଭିତ୍ତିଭୂମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ ନକରି ଚୋରି ରୋକିବାର ବ୍ୟର୍ଥତା, ଅପରାଗତା ଓ ଦୁର୍ନୀତି ଯୋଗୁଁ ସମ୍ମୁଖୀନ ହେଉଥିବା କ୍ଷତିକୁ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଢାଳି ଦେଉଛନ୍ତି । ପ୍ରତିବାଦ କଲେ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ରବି ବେହେରା ।

ଓଡ଼ିଶା ପରେ ଯେଉଁ ରାଜ୍ୟମାନେ ବିଦ୍ୟୁତ୍ ସଂସ୍କାର ଗ୍ରହଣ କରିଥିଲେ, ସେମାନେ ଆଜି ତାଙ୍କର ସରବରାହ ଜନିତ କ୍ଷତି (ଟ୍ରାନ୍ସମିଶନ ଲସ୍)କୁ ଶତକଡ଼ା 15 ତଳକୁ କମାଇ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ଆଜି ଟ୍ରାନ୍ସମିଶନ ଲସ୍ 28.75 ବା 29 ପ୍ରତିଶତରେ ରହିଛି । 1 ପ୍ରତିଶତ ଏହି ସରବରାହ ଜନିତ କ୍ଷତିକୁ ଆମେ ଯଦି କମାଇ ଦେଇପାରନ୍ତେ, ଦେବେ ବର୍ଷକୁ 75ରୁ 80 କୋଟି ଟଙ୍କା ରାଜସ୍ବ ସଞ୍ଚୟ କରିପାରନ୍ତେ ବୋଲି ରବି ବେହେରା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Feb 19, 2022, 10:10 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.