ETV Bharat / city

'ଶହୀଦ ବାଜି ରାଉତ ଓଡ଼ିଆ ଜାତିର ବୀରତ୍ୱ, ଶୋର୍ଯ୍ୟ ଓ ସାହସ ତଥା ଅସ୍ମିତାର ଉଜ୍ବଳ ନକ୍ଷତ୍ର' - sahid baji rout is revolutionary icon

ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ‘ଶହୀଦ ବୀର ବାଜି ରାଉତ’ ଓଡ଼ିଆ ଜାତିର ବୀରତ୍ବ, ଶୌର୍ଯ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ଜଳ ନକ୍ଷତ୍ର ଥିଲେ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

sahid baji rout is revolutionary icon
ଶହୀଦ ବାଜି ରାଉତ ଓଡ଼ିଆ ଜାତିର ବୀରତ୍ୱ, ଶୋର୍ଯ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ବଳ ନକ୍ଷତ୍ର
author img

By

Published : Oct 11, 2021, 9:40 PM IST

ଭୁବନେଶ୍ବର: ଦେଶର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ‘ଶହୀଦ ବୀର ବାଜି ରାଉତ’ ଓଡ଼ିଆ ଜାତିର ବୀରତ୍ବ, ଶୌର୍ଯ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ଜଳ ନକ୍ଷତ୍ର ଥିଲେ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ଢ଼େଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରରେ ‘ବାଜି ରାଉତ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି ।

ଶହୀଦ ବାଜି ରାଉତ ଓଡ଼ିଆ ଜାତିର ବୀରତ୍ୱ, ଶୋର୍ଯ୍ୟ ଏବଂ ସାହସ ତଥା ଅସ୍ମିତାର ଉଜ୍ବଳ ନକ୍ଷତ୍ର

ଢ଼େଙ୍କାନାଳ ମାଟିର ବୀର ସନ୍ତାନ ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଏହି ସାହସୀ ସର୍ବକନିଷ୍ଠ ସଂଗ୍ରାମୀଙ୍କ ସମେତ ଅନ୍ୟ ସଂଗ୍ରାମୀ ଗଣ ହୁରୁଷି ପ୍ରଧାନ, ଲକ୍ଷ୍ମଣ ମଲ୍ଲିକ, ନବ ମଲ୍ଲିକ ଏବଂ ଫଗୁ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶା ହେଉଛି ଆଧ୍ୟାତ୍ମିକ ଚେତନାର ପବିତ୍ର ଭୂଇଁ । ଏହି ପବିତ୍ର ମାଟି ହେଉଛି, ଅଦମ୍ୟ ସାହସ, ବୀରତ୍ବ ଏବଂ ସାଲିସ୍ ବିହୀନ ସଂଘର୍ଷର ମାଟି । ମହୋଦଧି କୂଳରେ ଓଡ଼ିଶା ମାଟିର ଅଧିବାସୀମାନେ ହେଲେ କପଟଶୂନ୍ୟ, ସରଳ ଓ ପରିଶ୍ରମୀ । ବୀର ଓଡ଼ିଆଙ୍କ ଧମନୀରେ ଶୋର୍ଯ୍ୟ ଦଉଡ଼େ । ସେହି ଓଡ଼ିଆ ଜାତିର ଅଦମ୍ୟ ସାହସର ଜଣେ ମୂର୍ତିମନ୍ତ ପ୍ରତୀକ ହେଉଛନ୍ତି ବାଜି ରାଉତ । ସେ ଭାରତବର୍ଷର ମୁକ୍ତି ସଂଗ୍ରାମର ସର୍ବକନିଷ୍ଠ ସୈନିକ । ବାଜି ରାଉତ ଥିଲେ ଅଳ୍ପ ବୟସର, ଅଥଚ ମନରେ ଥିଲା ବ୍ୟାପକ ସାହସ ।

୧୧ ଅକ୍ଟୋବର ୧୯୩୮ର ଉଜ୍ବଳ ସୂର୍ଯ୍ୟାଲୋକ ମଧ୍ୟ ସୀମିତ ଦେଖାଯାଇଥିଲା କାରଣ ସେହି ଦିନ ବ୍ରିଟିଶ ପୋଲିସକୁ କିଶୋର ବାଜି ରାଉତ ବୀରତ୍ବର ସହ ସାମ୍ନା କରିଥିଲେ । ବ୍ରିଟିଶ ପୋଲିସର ଆଦେଶକୁ ଅମାନ୍ୟ କରି ଗୁଳି ଖାଇ ଶହୀଦ ହୋଇଥିଲେ ବୀର ବାଜି ରାଉତ । ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଘାଟର ବ୍ରାହ୍ମଣୀ ନଦୀର ନିର୍ମଳ ପାଣି ବାଜି ରାଉତଙ୍କ ରକ୍ତରେ ଲାଲ୍ ହୋଇ ପବିତ୍ର ହୋଇଯାଇଥିଲା । କବି ସଚ୍ଚି ରାଉତରାୟଙ୍କ କବିତା ହେଉଛି ବାଜି ରାଉତଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି କବିତା ହେଉଛି “ନୁହେଁ ବଂଧୁ, ନୁହେଁ ଏହା ଚିତା, ଏ ଦେଶ ତିମିର ତଳେ, ଏ ଅଲିଭା ମୁକତି ସଳିତା” । ଭାରତୀୟ ସ୍ବାଧୀନତା ସଂଗ୍ରାମର ସର୍ବକନିଷ୍ଠ ସୈନିକ ବାଜି ରାଉତଙ୍କ ସାହସ, ବୀରତ୍ବ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ଦେଶପ୍ରୀତି ପାଇଁ ପ୍ରେରଣାର ଅନନ୍ତ ଉତ୍ସ ଏବଂ ଅଲିଭା ଦୀପ । ଆମେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ଆଗାମୀ ଦିନରେ ଯୁବପିଢିମାନେ ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ତଥା ବଳିଦାନ ଓ ପ୍ରଜାମଣ୍ଡଳ ଆନ୍ଦୋଳନରୁ ସର୍ବଦା ଅନୁପ୍ରାଣିତ ହେବେ ।

ବାଜି ରାଉତ ସ୍ମୃତି ପରିଷଦ, ଓଡ଼ିଶା ଏହିଭଳି ଜଣେ ଅନନ୍ୟ ବୀରପୁତ୍ରଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ୧୨ ବର୍ଷୀୟ ନାବାଳକର ତ୍ୟାଗ ଓ ଅଦମ୍ୟ ସାହସର ସ୍ମୃତିଚାରଣ କରିବା ଆମ ପାଇଁ ଗୌରବର ବିଷୟ ଏହି ପରିଷଦ ଭଳି ଅନେକ ପରିଷଦ ଏହିଭଳି ଓଡ଼ିଶା ମାଟିର ସାହସୀ ସଂଗ୍ରାମୀଙ୍କ ବୀରତ୍ବ ଗାଥାକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଆଗାମୀ ଦିନରେ ମଧ୍ୟ ନେତୃତ୍ବ ନେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.