ଭୁବନେଶ୍ବର: କୋଭିଡ଼ ପାଇଁ ଦୁଇଟା ଶିକ୍ଷାବର୍ଷ ପ୍ରଭାବିତ ହୋଇଛି । ରୁଷା-1 (ରାଷ୍ଟ୍ରୀୟ ଉଚ୍ଚତ୍ତର ଶିକ୍ଷା ଅଭିଯାନ-RUSA) ଏବଂ RUSA-2 ର ବକେୟା ଅର୍ଥ ଓଡି଼ଶାକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଖୁବଶୀଘ୍ର RUSA-3 ର ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ କହିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ।
ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟକଳାପକୁ ସମୀକ୍ଷା କରିଥିଲେ । କୋଭିଡ ପାଇଁ ଦୁଇଟା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ଯଥାଶୀଘ୍ର ଉଚ୍ଚ ଶିକ୍ଷାର ଅଂଶୀଦାର ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ସାରି ପାଠପଢ଼ା ଆରମ୍ଭ କରିବା ପାଇଁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । RUSA-1 ଏକ RUSA-2 ର ବକେୟା ଅର୍ଥ ଓଡି଼ଶାକୁ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଖୁବଶୀଘ୍ର RUSA-3ର ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ।
କୋଭିଡ଼ ପରିସ୍ଥିତିକୁ ନଜରରେ ରଖି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଭଳି ପିଜି ୟୁଜିର ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଶିକ୍ଷାଦାନ ଦିଆଯିବ । ଅନ୍ୟପଟେ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ ଶିକ୍ଷା ବିଭାଗର ଦାୟିତ୍ବ ନେବା ପରେ ରାଜ୍ୟକୁ ତାଙ୍କର ପ୍ରଥମ ଗସ୍ତ ଥିଲା । ସେ ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ଥିତି କିଭକି ରହିଛି ସେ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ବୋଲି କହିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ