ETV Bharat / city

ଲୋକାୟୁକ୍ତ ସଦସ୍ୟ ହେଲେ ଡିଜିପି ଆର.ପି ଶର୍ମା

ଲୋକାୟୁକ୍ତ ସଦସ୍ୟ ହେଲେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟପାଳଙ୍କ ପକ୍ଷରୁ ତାଙ୍କ ନିଯୁକ୍ତି ଉପରେ ବାଜିଲା ମୋହର । ରାଜ୍ୟସରକାରଙ୍କ ପକ୍ଷରୁ ଓଡିଶା ପୋଲିସ ଡିଜିଙ୍କ ନାମ ସୁପାରିଶ କରାଯାଇଥିଲା ।

ଫାଇଲ ଫଟୋ
author img

By

Published : Aug 6, 2019, 12:16 PM IST

Updated : Aug 6, 2019, 3:04 PM IST

ଭୁବନେଶ୍ବର: ଲୋକାୟୁକ୍ତ ସଦସ୍ଯ ଭାବେ ନିଯୁକ୍ତି ପାଇଲେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା । ରାଜ୍ୟପାଳଙ୍କ ପକ୍ଷରୁ ଲୋକାୟୁକ୍ତକୁ ଦିଆଗଲା ମଞ୍ଜୁରୀ । ରାଜ୍ୟସରକାରଙ୍କ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଥିଲା । ବର୍ତ୍ତମାନ ଓଡିଶା ପୋଲିସର ଡିଜି ଦାୟିତ୍ବରେ ଅବସ୍ଥାପିତ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେପଟେ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଆର ପି ଶର୍ମା । ଏହା ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବା ପାଇଁ ସମସ୍ତ ଚେଷ୍ଟା କରିବି । ଜୀବନରେ ସାଉଁଟି ଥିବା ସମସ୍ତ ଦକ୍ଷତାକୁ ଏଥିରେ ନିୟୋଜିତ କରିବି ବୋଲି ସେ କହିଛନ୍ତି । ପୂର୍ବରୁ ଭିଜିଲାନ୍ସ ତଥା ପୋଲିସ ବିଭାଗର ବିଭିନ୍ନ ବିଭାଗରେ ଯେଉଁ ଅଭିଜ୍ଞତା ହାସଲ କରିଛି, ତାହା ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବାକୁ ସହାୟତ କରିବ ବୋଲି ମଧ୍ୟ ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : Aug 6, 2019, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.