ETV Bharat / city

କୋରୋନା ଯୁଦ୍ଧରେ ପୂର୍ବତଟ ରେଳପଥର ମହିଳା ଯୋଦ୍ଧା - କୋରାନା ବିରୁଦ୍ଧରେ ଯୁଦ୍ଧ ବେଳେ ସାଜିଲେ କୋରୋନା ଯୋଦ୍ଧା

କୋରାନା ପ୍ରକୋପ ଆରମ୍ଭ ହେବାପରେ, ସାରା ଦେଶରେ ଏହା ବିରୁଦ୍ଧରେ ଯୁଦ୍ଧ ପାଇଁ ଆଗେଇ ଆସିଥିଲେ କୋରୋନା ଯୋଦ୍ଧା l ସେଥିମଧ୍ୟରୁ ଆଉ ଏକ ଗୋଷ୍ଠି ମଧ୍ୟ ଅଛନ୍ତି, ସେମାନେ ହେଉଛନ୍ତି ଆମର ମହିଳା କର୍ମଚାରୀ, ଯେଉଁମାନେ ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ, ଟୋକନ ପୋର୍ଟର, ଗ୍ୟାଙ୍ଗ୍ ଓମ୍ୟାନ୍, ଟେକନିସିଆନ୍, ଟିକଟ କଲେକ୍ଟର, ରେଳ ସୁରକ୍ଷା ବଳର କର୍ମଚାରୀ ରୂପେ କାର୍ଯ୍ୟରତ l

bbsr
ପୂର୍ବତଟ ରେଳପଥର ମହିଳା କର୍ମଚାରୀଙ୍କ ଭୂମିକା ମହତ୍ବପୂର୍ଣ୍ଣ
author img

By

Published : Jul 23, 2020, 5:08 PM IST

ଭୁବନେଶ୍ବର: ଗୋଟିଏ ପଟେ ସାରା ଦେଶ କୋଭିଡ-19 ରୂପକ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ଜରୁରୀ ସାମଗ୍ରୀ ପରିବହନ କରୁଥିଲା ପୂର୍ବତଟ ରେଳବାଇ । ମାତ୍ର ଏହି ସମୟରେ ଏହି କାର୍ଯ୍ୟ ସୁରୁଖୁରରେ ହେବା ପଛରେ ପୂର୍ବତଟ ରେଳପଥର ମହିଳା କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ମହତ୍ବପୂର୍ଣ୍ଣ । କୋରାନା ପ୍ରକୋପ ଆରମ୍ଭ ହେବାପରେ, ସାରା ଦେଶରେ ଏହା ବିରୁଦ୍ଧରେ ଯୁଦ୍ଧ ପାଇଁ ଆଗେଇ ଆସିଥିଲେ କୋରୋନା ଯୋଦ୍ଧା l ସେଥିମଧ୍ୟରୁ ଆଉ ଏକ ଗୋଷ୍ଠି ମଧ୍ୟ ଅଛନ୍ତି, ସେମାନେ ହେଉଛନ୍ତି ଆମର ମହିଳା କର୍ମଚାରୀ, ଯେଉଁମାନେ ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ, ଟୋକନ ପୋର୍ଟର, ଗ୍ୟାଙ୍ଗ୍ ଓମ୍ୟାନ୍, ଟେକନିସିଆନ୍, ଟିକଟ କଲେକ୍ଟର, ରେଳ ସୁରକ୍ଷା ବଳର କର୍ମଚାରୀ ରୂପେ କାର୍ଯ୍ୟରତ l

ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ସମୟରେ ରେଳବାଇକୁ 22 ମାର୍ଚ୍ଚ, 2020 ରୁ ଏହାର ସମସ୍ତ ଯାତ୍ରୀସେବାକୁ ସ୍ଥଗିତ ରଖିବାକୁ ପଡିଥିଲା l କିନ୍ତୁ ଏହି ସମୟରେ ସାରା ଦେଶରେ ମାଲବାହୀ ଟ୍ରେନ ଓ ପାର୍ସଲ ଟ୍ରେନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରଖାଯାଇଥିଲା l ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ

ପାଇଁ ଶ୍ରମିକ ସ୍ପେସିଆଲ ଟ୍ରେନ ଓ ଅନ୍ୟାନ୍ୟ ସ୍ପେସିଆଲ ଟ୍ରେନ ଗୁଡିକ ଚଳାଚଳ କରିଥିଲା l

bbsr
ପୂର୍ବତଟ ରେଳପଥର ମହିଳା କର୍ମଚାରୀଙ୍କ ଭୂମିକା ମହତ୍ବପୂର୍ଣ୍ଣ

ସେହି ସମୟରେ ଏହି ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ଟ୍ରେନ ପରିଚାଳନାରେ ସାହାଯ୍ୟ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ l ଏହି ମହିଳା କର୍ମଚାରୀମାନେ ଗୋଟିଏପଟେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କରିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ ରୂପେ ଦାୟୀତ୍ବ ନିର୍ବାହ କରିଥିବା ବେଳେ ଅନ୍ୟପଟେ ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲପର, ଟେକନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍ଫ, ଗେଟ୍ କିପର ରୂପେ କାର୍ଯ୍ୟ କରି ଟ୍ରାକ୍, ୱାଗନ, ଓଭରହେଡ଼ ଉପକରଣ, କୋଚ ଓ ସିଗନାଲ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ବ୍ରେକ ଡାଉନ ପ୍ରତି ଅହୋରାତ୍ର ଧ୍ୟାନ ଦେଇଥିଲେ l ଅନବରତ ଟ୍ରେନ ଚଳାଚଳ ଚାଲୁ ରଖିବାକୁ ସୁନିଶ୍ଚିତ କରିବା ନିମନ୍ତେ ରକ୍ଷଣାବେକ୍ଷଣରେ ନିୟୋଜିତ ଏହି ମହିଳା କର୍ମଚାରୀମାନେ ଦିନରାତି ଅକ୍ଲାନ୍ତ ଉଦ୍ୟମ କରୁଥିଲେ l

ରେଳ ସୁରକ୍ଷା ବଳରେ ନିୟୋଜିତ ଏହି ମହିଳା କର୍ମଚାରୀମାନେ ଟିକଟ ଯାଞ୍ଚ, ସ୍ବଚ୍ଛତା ଯାଞ୍ଚ ସହିତ ଷ୍ଟେସନରେ କୋଭିଡ-19 ସୁରକ୍ଷା ଆଚାର ସଂହିତାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରତ୍ୟକ୍ଷ ରୂପେ ଜଡିତ ଥିଲେ l ଲକଡାଉନ ସମୟରେ ଟ୍ରେନକୁ ସୁରକ୍ଷା ଦେବା , ଷ୍ଟେସନରେ ପାଟ୍ରୋଲିଙ୍ଗ କରିବା ଏବଂ ଭୋକିଲା ମାନଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଏହି ମହିଳା କର୍ମଚାରୀ ମାନେ ନିୟୋଜିତ ଥିଲେ l ସେମାନେ ଅହୋରାତ୍ର ଯାତ୍ରୀ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦେଉଥିଲେ l ଏହି ମହିଳା ଯୋଦ୍ଧାମାନେ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଗମନାଗମନ ପାଇଁ ବିଶେଷ ଭୂମିକା ନିର୍ବାହ କରିଥିଲେ l ଏହି ବିପଦର ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ ଅସାଧାରଣ ନିଷ୍ଠାର ପରାକାଷ୍ଠା ଦେଖାଇ ସେମାନଙ୍କର ପ୍ରଦର୍ଶନକୁ ଉଲ୍ଲେଖନୀୟ କରିଛନ୍ତି l

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.