ETV Bharat / city

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ - ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ପାଇଁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଅଧିକ ପଢନ୍ତୁ

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
author img

By

Published : Aug 10, 2022, 12:38 PM IST

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ । ପୂଜାପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ସନ୍ଧ୍ୟା ଧୂପ ଠାରୁ ଏପର୍ଯ୍ୟନ୍ତ ଠାକୁରଙ୍କ କୌଣସି ନୀତି ହୋଇନାହିଁ । ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ମନ୍ଦିର ପ୍ରଶାସନ । ସେବାୟତମାନେ ନୀତି ବିଭ୍ରାଟ ପାଇଁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ଦାୟୀ କରିଛନ୍ତି । ଏସବୁ ଭିତରେ କିନ୍ତୁ ମନ୍ଦିରରେ ସାଧାରଣ ଦର୍ଶନ ସ୍ବାଭାବିକ ରହିଛି । ଆଜି ଶ୍ରାବଣ ଚତୁର୍ଦଶୀ ଥିବାବେଳେ ପ୍ରଭୁ ଲିଙ୍ଗରାଜଙ୍କର ପଇତାଲାଗି ନୀତି ହୋଇଥାନ୍ତା । ଯାହା ବିବାଦ ପାଇଁ ବନ୍ଦ ରହିଛି ।

ସେପଟେ ପଇତାଲାଗି ନୀତି ନେଇ ୨୦୧୯ରୁ ବିବାଦ ଲାଗି ରହିଛି । ପୂରା ଘଟଣାକୁ ନେଇ ଦେବୋତ୍ତର କମିଶନଙ୍କ ନିକଟରେ ମାମଲା ମଧ୍ୟ ବିଚାରଧୀନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.