ETV Bharat / city

ଲୋକଙ୍କ ନିକଟରେ ସେବା ପହଞ୍ଚାଇ ସଫଳତା ସାଉଁଟୁଛି ‘ରାଜସ୍ଵ ରଥ’ - ରାଜସ୍ଵ ରଥ

ଲୋକଙ୍କ ଦୁଆର ମୁହଁରେ ସେବା ଯୋଗାଇବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରାଜସ୍ବ ରଥ ମାଧ୍ୟମରେ ସେବା ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଲୋକଙ୍କ ନିକଟରେ ସେବା ପହଞ୍ଚାଇ ସଫଳତା ସାଉଁଟୁଛି ‘ରାଜସ୍ଵ ରଥ’

author img

By

Published : May 30, 2021, 7:45 AM IST

ଭୁବନେଶ୍ବର: ଲୋକଙ୍କ ନିକଟରେ ସେବା ପହଁଚାଉଛି ‘ରାଜସ୍ଵ ରଥ’ । ଦୁଆର ମୁହଁରେ ସେବା ଯୋଗାଇ ଲାଗି ଗଡୁଥିବା ରାଜସ୍ବ ରଥକୁ ମିଳୁଛି ସଫଳତା । ବିଗତ ଦୁଇ ସପ୍ତାହ ଲକଡାଉନ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ 20ଟି ଜିଲ୍ଲାର 128ରୁ ଊର୍ଦ୍ଧ୍ବ ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛି । ସହସ୍ରାଧିକ ହିତାଧିକାରୀ ଏହା ଦ୍ଵାରା ଲାଭବାନ ହୋଇଛନ୍ତି ।

ଲୋକଙ୍କ ନିକଟରେ ସେବା ପହଞ୍ଚାଇ ସଫଳତା ସାଉଁଟୁଛି ‘ରାଜସ୍ଵ ରଥ’
ଲୋକଙ୍କ ନିକଟରେ ସେବା ପହଞ୍ଚାଇ ସଫଳତା ସାଉଁଟୁଛି ‘ରାଜସ୍ଵ ରଥ’

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ତ କରିଆସୁଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ ସରକାରଙ୍କ ଗୁରୁତ୍ବକୁ ବିଭାଗ ପ୍ରାଥମିକତା ଦେଇଆସିଛି । ବିବିଧ ରାଜସ୍ବ ସେବା ଦାଖଲ ଖାରଜ ମାମଲା ଓ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନଲାଇନରେ କରାଯାଉଛି । କିନ୍ତୁ ଇଣ୍ଟରନେଟ ସୁବିଧା ନଥିବା କିମ୍ବା ଡିଜିଟାଲ ସାକ୍ଷରତା ରହିତ ବ୍ୟକ୍ତିମାନେ ରାଜସ୍ବ କାର୍ଯ୍ୟାଳୟ କିମ୍ବା ମୋ ସେବା କେନ୍ଦ୍ରକୁ ଯାଉଥିଲେ ।

କୋଭିଡ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ବ ସେବା ପାଇବା ରାଜସ୍ବ ରଥ ବ୍ୟବସ୍ଥା କରିଥିଲା ବିଭାଗ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ବରୂପ ରାଜସ୍ଵ ରଥ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଗତ 13 ତାରିଖରେ ଶୁଭାରମ୍ଭ କରାଯାଇଥିଲା ।

ବିଗତ ଦୁଇ ସପ୍ତାହ ଲକଡାଉନ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ 20ଟି ଜିଲ୍ଲାର 128ରୁ ଊର୍ଦ୍ଧ୍ବ ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛି । ସହସ୍ରାଧିକ ହିତାଧିକାରୀ ଏହା ଦ୍ଵାରା ଲାଭବାନ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲରେ ସପ୍ତାହକ ମଧ୍ୟରେ ଉପକୃତ ହୋଇଛନ୍ତି 214 ଜଣ ହିତାଧିକାରୀ । ସେମାନଙ୍କ ମଧ୍ୟରୁ 100 ଜଣଙ୍କୁ ବସୁନ୍ଧରା ତଥା ଘରଡିହ ଆଦି ବିବିଧ ପଟ୍ଟା ବଣ୍ଟନ କରାଯାଇଥିବାବେଳେ 25 ଜଣଙ୍କୁ ପଟ୍ଟା ନକଲ ତଥା 89 ଜଣଙ୍କୁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଆଦି ବିବିଧ ପ୍ରମାଣପତ୍ର ବଣ୍ଟନ କରାଯାଇଛି ।

ନିକଟରେ ଏହି ସେବା ସମଗ୍ର ରାଜ୍ୟରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି । ଲୋକଙ୍କ ନିକଟରେ ପହଞ୍ଚି ‘ରାଜସ୍ଵ ରଥ’ ମାଧ୍ୟମରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଦ୍ଵାରା ବିଭିନ୍ନ ସେବା ନିମନ୍ତେ ଅନଲାଇନ ଆବେଦନଠାରୁ ଆରମ୍ଭ କରି ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲାର ସମାଧାନ, ପଟ୍ଟା ଓ ବିବିଧ ପ୍ରମାଣପତ୍ର ବଣ୍ଟନ ଆଦି ରାଜସ୍ବ ସେବା ଯୋଗାଇବା ଦ୍ବାରା ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରାଯାଇପାରିଛି ।

କୋଭିଡ ମହାମାରୀ କୋପରୁ ଜନସାଧାରଣ ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜସ୍ବ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ବାରଣ ନିର୍ଦ୍ଦେଶନାମାର ପାଳନ କରାଯାଇପାରୁଛି । ମହାମାରୀ ବିପଦ ସମୟରେ ରାଜସ୍ବ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ଵାରା ବହୁଳ ଭାବେ ଆଦୃତ ହେବାରେ ଲାଗିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.