ଭୁବନେଶ୍ବର: କୋରୋନା ପାଇଁ ଆହାର କେନ୍ଦ୍ରଗୁଡିକରେ କଟକଣା । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ। ଏହା ସହ ଆହାର ଦେବାର ସମୟକୁ ମଧ୍ୟ ବୃଦ୍ଧି କରାଯାଇଛି । 10ଟା 4ରୁ ପର୍ଯ୍ୟନ୍ତ ଖୋଲା ଯିବ ଆହାର କେନ୍ଦ୍ର ।


ଆହାର କେନ୍ଦ୍ରଠାରେ ଲାଗୁଥିବା ଲାଇନରେ ଏବେ ଦେଢ ମିଟର ଦୂରତାରେ ଛିଡା ହେବାକୁ ନିର୍ଦ୍ଦେଶ । ଆହାର କେନ୍ଦ୍ରର ପ୍ରବେଶ ପଥରେ ପରିଷ୍କାର ରଖିବା ସହ ହ୍ୟାଣ୍ଡ ୱାସରେ ହାତ ଧୋଇବା ଅନିବାର୍ଯ୍ୟ । ସେପଟେ, ପୋଲିସ ମଧ୍ୟ ସୁରକ୍ଷା ପାଇଁ ମୁତୟନ କରାଯିବ । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖି ଜଣାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ