ଭୁବନେଶ୍ବର: ନୂଆବର୍ଷ ପାଇଁ ବିଳମ୍ବିତ ରାତି ଯାଏଁ ଖୋଲା ରହିବ ମଦ ଦୋକାନ । ଜିରୋ ନାଇଟ ସେଲିବ୍ରେସନ ଦିନ ରାତି ଗୋଟାଏ ଯାଏଁ ଖୋଲିବ ମଦ ଦୋକାନ ଓ ବାର । ଭୁବନେଶ୍ବର ମହାନଗର ନିଗମ, କଟକ ମହାନଗର ନିଗମ ସହ ପୁରୀ ପୌରାଞ୍ଚଳରେ ଏହି ନିୟମ ଲାଗୁ ହେବ । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।
ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ କମିଶନରଙ୍କୁ ଏନେଇ ଚିଠି ଲେଖି ଜଣାଇଛନ୍ତି । ଅବକାରୀ ଆଇନ 2008 ଧାରା 93 ଅନୁସାରେ ଏହି ନିଷ୍ପତି ନିଆଯାଇଛି । ତେବେ କେବଳ IMFL ‘ON’ ଶପ ଓ ବାର ଖୋଲା ରହିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ