ETV Bharat / city

ଗୃହ ମୁଲତବୀ ପରେ ଆରୋପ ପ୍ରତ୍ୟାରୋପ

author img

By

Published : Nov 13, 2019, 2:52 PM IST

ବିଧାନସଭା ପ୍ରଶ୍ନକାଳ ବାତିଲ ପରେ ଆରମ୍ଭ ହୋଇଛି ଶାସକ ବିରୋଧୀଙ୍କ ମଧ୍ୟରେ ଦୋଷ ଠେଲାପେଲା । କଂଗ୍ରେସର ମୁଲତବୀ ନୋଟିସ ଆଗ୍ରାହ୍ୟ ପରେ ତାତିଲେ ନବଗ୍ରହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇଛି । ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ଭାବେ ଗୋଟିଏ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସିଛନ୍ତି । ଆଜି କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ମୁଲତବୀ ନୋଟିସ ଦେଇଥିବା ବେଳେ ବିଜେପି ନାରୀ ନିର୍ଯାତନା ପ୍ରସଙ୍ଗରେ ମୁଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲା । ବିଜେପିର ମୁଲତବୀ ନୋଟିସ ଗ୍ରହଣ ହୋଇଥିବା ବେଳେ କଂଗ୍ରେସର ନୋଟିସକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫଳରେ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନକାଳକୁ ବାତିଲ କରି ନାରୀ ନିର୍ଯ୍ୟାତନା ନେଇ ସ୍ବତନ୍ତ୍ର ଆଲୋଚନା ଦାବି କରିଥିଲେ । ବାଚସ୍ପତି ନରସିଂହଙ୍କ ଦାବିକୁ ଗ୍ରହଣ ନକରିବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନରସିଂହ ଅଭିଯୋଗ କରିଛନ୍ତି ଯେ, ସରକାରୀ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ବ ଦେଉନାହାଁନ୍ତି । ନାବାଳିକା ଦୁଷ୍କର୍ମରେ ଓଡିଶା ଏକ ନମ୍ବରରେ ଥିବାବେଳେ ନାରୀ ନିର୍ଯ୍ୟାତନାର ବି ଓଡିଶାର ସ୍ଥିତି ଉଦବେଗଜନକ । ଏହା ସୁପ୍ରିମକୋର୍ଟରେ ଦାଖଲ ଏକ ପିଆଇଏଲରୁ ଜଣାପଡିଛି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସେହି ସମାନ ଦାବି କରିଥିଲେ । କିନ୍ତୁ ବାଚସ୍ପତି ତାଙ୍କୁ କହିବାର ସୁଯୋଗ ଦେଇନଥିଲେ । ନାରୀ ନିର୍ଯ୍ୟାତନା ସହ ରାଜ୍ୟରେ ଦୁର୍ନୀତି ବଢୁଛି । ବାତ୍ୟା ବିପର୍ଯ୍ୟୟଙ୍କୁ ବାସଗୃହ ନାଁରେ ବ୍ୟାପକ ହରିଲୁଟ ହେଉଛି । ଏ ସରକାର କିନ୍ତୁ ସ୍ଵଛତାର ଡିଣ୍ଡିମ ପିଟୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଛନ୍ତି ଯେ, ବିରୋଧୀ ଦଳ ନାରୀ ସୁରକ୍ଷା ପାଇଁ ଚିନ୍ତିତ ନୁହଁନ୍ତି । କେବଳ ଗଣମାଧ୍ୟମରେ ନିଜର ସ୍ଥିତି ଜାହିର କରିବାକୁ ବିଧାନସଭାକୁ ଅଚଳ କରୁଛନ୍ତି । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ପ୍ରଶ୍ନକାଳକୁ ବାତିଲ କରିବାର ଆବଶ୍ୟକତା ନଥିଲା ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.