ETV Bharat / city

ଲକଡାଉନ ଶେଷ ବେଳକୁ 5% ଖସିବ ସଂକ୍ରମଣ ହାର, ଆକଳନ କଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ - ରାଜ୍ୟରେ କୋଭିଡ ସ୍ଥିତି

ରାଜ୍ଯରେ କୋଭିଡ ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଲକଡାଉନର ସୁଫଳ ମଧ୍ୟ ମିଳିବାରେ ଲାଗିଛି । ତେବେ ଲକଡାଉନ ଶେଷ ସୁଦ୍ଧା ସଂକ୍ରମଣ ହାର ଆହୁରି କମିବା ନେଇ ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ଅଧିକ ପଢନ୍ତୁ.....

ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ: କମୁଛି ସଂକ୍ରମଣ ହାର, ଲାକଡାଉନ ଶେଷ ବେଳକୁ ଆହୁରି କମିବ
ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ: କମୁଛି ସଂକ୍ରମଣ ହାର, ଲାକଡାଉନ ଶେଷ ବେଳକୁ ଆହୁରି କମିବସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ: କମୁଛି ସଂକ୍ରମଣ ହାର, ଲାକଡାଉନ ଶେଷ ବେଳକୁ ଆହୁରି କମିବ
author img

By

Published : Jun 6, 2021, 4:09 PM IST

ଭୁବନେଶ୍ବର: ଏବେ ରାଜ୍ୟରେ ସଂକ୍ରମଣ 10 ପ୍ରତିଶତ କମିଛି। ଯେବେ 5 ପ୍ରତିଶତରୁ ସଂକ୍ରମଣ କମିବ ସେବେ ଲକଡାଉନ କୋହଳ କରାଯିବ। 16 ତାରିଖ ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ପ୍ରାୟ 5 ପ୍ରତିଶତ ହୋଇସାରିଥିବ ବୋଲି ଆଶା କରାଯାଉଛି। ଏପରି କିଛି ଆଶ୍ବସ୍ତିକର ଆକଳନ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ: କମୁଛି ସଂକ୍ରମଣ ହାର, ଲାକଡାଉନ ଶେଷ ବେଳକୁ ଆହୁରି କମିବ

ତେବେ ଭୁବନେଶ୍ୱର ଓ କଟକରେ ସଂକ୍ରମଣ କମୁନଥିବାରୁ ଏଠାରେ କିଛି ମାତ୍ରାରେ କଟକଣା ରହିପାରେ। ଯାହାକୁ ନେଇ ଏହି 10 ଦିନ ମଧ୍ୟରେ ଆୟତ କରିବାର ଆବଶ୍ୟକତା ରହିଛି । ଯଦି ଲୋକମାନେ ନିୟମ ମାନିବେ ତେବେ ଏହା ନିଶ୍ଚିତ ଭାବରେ କମିପାରିବ। କଟକଣା ଯେବେ କୋହଳ ହେବ ସେହି ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ତେବେ ଅନ-ଲକ ପକ୍ରିୟାରେ କଟକଣାକୁ ସରକାର ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ମାତ୍ରାରେ କୋହଳ ନକରି ପାରନ୍ତି। ତେଣୁ ଏହା ଧୀରେ ଧୀରେ କୋହଳ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି , ଦିଲ୍ଲୀରେ ଯେଉଁଭଳି ଭାବରେ ଅଡ-ଇଭିନ ନମ୍ବର ଆଧାରରେ ଦୋକାନ ବଜାର ଖୋଲାଯାଉଛି, ଲୋକମାନେ ଯଦି କଟକଣା ମାନନ୍ତି ତାହାହେଲେ ଜୁଲାଇ ମାସ ବେଳକୁ ରାଜ୍ୟ କରୋନାକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରିପାରିବ। ତେବେ ଭୁବନେଶ୍ୱରରେ ମଧ୍ୟ ସଂକ୍ରମଣ ହାର କାମୁଛି। ତେବେ ଯେଉଁମାନେ ଅମନିଆ ରହିଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ଯେଉଁମାନଙ୍କର ମୃତ୍ୟୁ ହେଉଛି ତାହା ଦୁଇ ସପ୍ତାହ ପୂର୍ବର ତେବେ ସଂକ୍ରମଣ କମିବା ସହ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ କମିବ ବୋଲି ଆଶା କରାଯାଉଛି ବୋଲି ସେ ପୂର୍ବାକଳନ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.