ETV Bharat / city

ରାଜଧାନୀରେ ବଢୁଛି ବିଲଡ଼ର ରାଜ, ମୁଣ୍ଡ ନେଉଛନ୍ତି ଜମି ମାଫିଆ - ରାଜଧାନୀରେ ବଢୁଛି ବିଲଡ଼ର ରାଜ

ଦିପକ ଓରଫ ଲଣ୍ଡା ହତ୍ୟାକାଣ୍ଡ ପଛରେ ବିଲଡ଼ର ରାଜ । ଜମିବାଡ଼ି ବିବାଦକୁ ନେଇ ମୁଣ୍ଡ ଗଡ଼ାଇଛନ୍ତି ଦୃର୍ବୃତ୍ତ । ପାଞ୍ଚରୁ 6 ଜଣ ଦୃର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଲଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଏବେ ବି ଭୟରେ ରହିଛନ୍ତି ପରିବାର ।

ଡ଼ିଜାଇନ ଫଟୋ
author img

By

Published : Sep 11, 2019, 10:39 PM IST

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ରଚାଇଛନ୍ତି ବିଲଡ଼ର । ଜମିଜମା ବ୍ୟାପାରକୁ ନେଇ ବଢିଚାଲିଛି ଅପରାଧ । ଯାହାର ସଦ୍ୟ ଉଦାହରଣ ସାମ୍ନାକୁ ଆସିଛି । ମଙ୍ଗଳବାର ରଙ୍ଗମାଟିଆରେ ଘଟିଥିବା ହତ୍ୟାକାଣ୍ଡ ହିଁ ବୟାନ କରୁଛି ସମସ୍ତ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଦିପକ ବେହେରା ଓରଫ ଲଣ୍ଡାକୁ ଦୃର୍ବୃତ୍ତ ହତ୍ୟା କରିଥିବା ବେଳେ ଏହାର ପ୍ରମୁଖରେ ରହିଛି ଜମି ବାଡ଼ିକୁ ନେଇ ଉପୁଜିଥିବା ଗଣ୍ଡଗୋଳ ।

ସଂଘବଦ୍ଧ ଭାବରେ 5 ରୁ 6ଜଣ କରିଥିଲେ ଆକ୍ରମଣ । ମଙ୍ଗଳବାର ରାତିରେ ଗୋଡ଼ାଇ ଗୋଡ଼ାଇ ଦିପକ ବେହେରାକୁ ହାଣିଥିଲେ । ଏହି ଘଟଣାରେ 6 ଜଣଙ୍କ ବିରୋଧରେ ମଞ୍ଚେଶ୍ବର ଥାନାରେ ହୋଇଛି ଅଭିଯୋଗ । ସେମାନେ ହେଲେ ରଙ୍ଗମାଟିଆର ବିଲଡର ପ୍ରମୋଦ ପରିଡା, ପ୍ରତାପ ପରିଡା, ପ୍ରଫୁଲ ପରିଡା, ପିଙ୍କନ ପରିଡା, ସୁର ସାହୁ ଓ ଅଭିଜିତ ସାହୁ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ଭୁବନେଶ୍ବର ଡିସିପି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟ ଅଭିଯୁକ୍ତ ଫେରାରଥିବା ବେଳେ ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାର୍ଡର ଦୁଇଟି ଟିମ୍ ଚଢାଉ ଜାରି ରଖିଥିବା କହିଛନ୍ତି ଡ଼ିସିପି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.