ETV Bharat / city

ପରୀକ୍ଷା ଚିନ୍ତା, ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ରୀ

author img

By

Published : Oct 25, 2021, 3:22 PM IST

ଅନଲାଇନ ପରୀକ୍ଷାକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଫିସ ଘେରାଉ କରିଛନ୍ତି ଅସନ୍ତୁଷ୍ଟ ଛାତ୍ରୀ । ଅଧିକ ପଢ଼ନ୍ତୁ...

ପରୀକ୍ଷା ଚିନ୍ତା, ରମାଦେବୀ ବିଶ୍ୱବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଛାତ୍ରୀ

ଭୁବନେଶ୍ବର: ଅନଲାଇନ ପରୀକ୍ଷା ଦାବି ନେଇ ରମାଦେବୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୁଷ୍ଟ ଛାତ୍ରୀ । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ତୃତୀୟ ବର୍ଷର ଶତାଧିକ ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ସମସ୍ତ ପରୀକ୍ଷା କରାଯିବାକୁ ବାରମ୍ବାର ଦାବି କରିଥିଲେ । ତେବେ ଏହାକୁ ନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ବର୍ତ୍ତମାନ ସୁଦ୍ଧା ପରୀକ୍ଷାକୁ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ରମାଦେବୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

କୋଭିଡ ମହାମାରୀ ସମୟରେ ଅନଲାଇନ କ୍ଲାସ କରାଯାଇଥିଲା । ତେବେ ଏହି ସମୟରେ ଯେଉଁଭଳି ଢଙ୍ଗରେ ପାଠପଢ଼ା ହୋଇଥିଲା ତାହା ପାଠ ନବୁଝିବା ସଙ୍ଗେ ସମାନ ବୋଲି ଛାତ୍ରୀ ଅଭିଯୋଗ କରିଛନ୍ତି । ସୀମିତ ସମୟରେ ଏତେ ମାତ୍ରାରେ ସିଲାବସ ସମ୍ପୁର୍ଣ୍ଣ କରିବା ସମ୍ଭବ ହେବନାହିଁ । ଏଥିପାଇଁ ଅଫ୍‌ଲାଇନ୍‌ ବଦଳରେୈ ଅନଲାଇନ ପରୀକ୍ଷା କରିବାକୁ ଦାବି ହୋଇଛି । ଏହାକୁ ନେଇ ରମାଦେବୀ ବିଶ୍ବବିଦ୍ୟାଳୟ କୂଳପତିଙ୍କ କାର୍ଯ୍ୟାଳୟ ଘେରିବା ସହ ଧାରଣାରେ ବସିଛନ୍ତି ଅସନ୍ତୁଷ୍ଟ ଛାତ୍ରୀ ।

ଅନଲାଇନ ପରୀକ୍ଷା କିମ୍ବା ଏହାର କୌଣସି ବିକଳ୍ପ ଖୋଜିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅଲ୍ଟିମେଟମ ଦେଇଛନ୍ତି ଛାତ୍ରୀ । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଅସନ୍ତୁଷ୍ଟ ଛାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.