ETV Bharat / city

ଝଲସିବ ରାଜଧାନୀ ଏକ୍ସପ୍ରେସ: ଦେଶ ଦେଖିବ ଓଡିଶାର କଳା-ସଂସ୍କୃତି

author img

By

Published : Sep 23, 2019, 8:48 PM IST

ରାଜଧାନୀ ଏକ୍ସପ୍ରେସରେ ଚମକିବ ସ୍ମାର୍ଟସିଟିର କଳା, ସଂସ୍କୃତି ଓ ଐତିହ୍ୟ । ସାରା ଦେଶ ଦେଖିବ ଓଡିଶାର ଗୌରବମୟ ଐତିହ୍ୟ । ରାଜ୍ୟ ରାଜଧାନୀରୁ ଦେଶ ରାଜଧାନୀରେ ପହଞ୍ଚିବ ଉତ୍କଳର କଳା ଓ ସଂସ୍କୃତି ।

ଝଲସିବ ରାଜଧାନୀ ଏକ୍ସପ୍ରେସ: ଦେଶ ଦେଖିବ ଓଡିଶାର କଳା-ସଂସ୍କୃତି

ଭୁବନେଶ୍ବର: ଏବେ ରାଜଧାନୀ ଏକ୍ସପ୍ରେସରେ ଚମକିବ ସ୍ମାର୍ଟସିଟିର କଳା, ସଂସ୍କୃତି ଓ ଐତିହ୍ୟ । ସାରା ଦେଶ ଦେଖିବ ଓଡିଶାର ଗୌରବମୟ ଐତିହ୍ୟ । ରାଜ୍ୟ ରାଜଧାନୀରୁ ଦେଶ ରାଜଧାନୀରେ ପହଞ୍ଚିବ ଉତ୍କଳର କଳା ଓ ସଂସ୍କୃତି । ଭୁବନେଶ୍ବରରୁ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ଉଭୟ ଅଫ ଏବଂ ଡାଉନ ଟ୍ରେନରେ ଏହା ପ୍ରଦର୍ଶିତ ହେବ ।

rajdhani-express-to-feature-odisha-culture-art-and-heritage
ଝଲସିବ ରାଜଧାନୀ ଏକ୍ସପ୍ରେସ: ଦେଶ ଦେଖିବ ଓଡିଶାର କଳା ଓ ସଂସ୍କୃତି

ଏନେଇ ଆଜି(ସୋମବାର) ପୂର୍ବତଟ ରେଳବାଇ ଏବଂ ନାଲକୋ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ବାକ୍ଷର ହୋଇଛି । ରାଜଧାନୀ ଏକ୍ସପ୍ରେସର 3ଟି ରାକ୍ ରହିଛି । ପ୍ରତିଟି ରାକରେ 15ଟି କୋଚ ରହିଛି । ପ୍ରତି ରାକ ଲାଗି ନାଲକୋ 1 କୋଟି ଟଙ୍କା ପ୍ରଦାନ କରିବ । ମୋଟ 3 କୋଟି ଟଙ୍କା ପୂର୍ବତଟ ରେଳବାଇକୁ ବିଜ୍ଞାପନ ରାଜସ୍ବ ଭାବେ ମିଳିବ । କୋଚରେ ନାଲକୋର ଡିଜାଇନ ଓ ଲୋଗୋ ମଧ୍ୟ ଲାଗିବ । ଏଥିପାଇଁ ପ୍ରତିଷ୍ଠିତ ଡିଜାଇନର ଓ ଏଜେନ୍ସି ସହ କଥାବାର୍ତ୍ତା ଚାଲିଛି ।

ଟ୍ରେନର ସମସ୍ତ କୋଚରେ ଅତ୍ୟାଧୁନିକ ତଥା ଉଚ୍ଚସ୍ତରୀୟ ଡିଜାଇନ ଲଗାଯିବ । ଏହି ଡିଜାଇନ ସବୁ ଏକ ରଙ୍ଗବେରଙ୍ଗ ପ୍ଲାଷ୍ଟିକ ସିଟ୍‌ରେ ତିଆରି ହୋଇଆସିବ । ପ୍ରତି କୋଚରେ ଅଲଗା ଅଲଗା ଡିସପ୍ଲେ ରହିବ । ଡିଜାଇନ କେବଳ ଭିତରେ ନୁହେଁ ଟ୍ରେନର ବାହାର ଅଂଶକୁ ମଧ୍ୟ ଆକର୍ଷଣୀୟ କରିବ । ଏହି ଡିଜାଇନ ମୁଖ୍ୟତଃ 3ଟି ବିଷୟବସ୍ତୁ ଉପରେ ପର୍ଯ୍ୟବେସିତ ହେବ । ନୃତ୍ୟ, ପୁରାତନ ସ୍ମାରକ ଏବଂ ରାଜ୍ୟର ବିରଳ ଜୀବଜନ୍ତୁ ତଥା ପ୍ରଜାତିଙ୍କ ଉପରେ ଏହି ଡିଜାଇନ ତିଆରି ହେବ ।

ଏହା ଓଡିଶାର ପର୍ଯ୍ୟଟନ କ୍ଷମତା ଓ ପାରମ୍ପରିକ ଓଡିଶା କଳାକୁ ସାରା ଦେଶରେ ପ୍ରଚାର କରିବ । ଟ୍ରେନ ବାହାର ପାର୍ଶ୍ବର 2ଟି କାଚ ଝରକା ମଝିରେ ଏହି ଡିଜାଇନ ଲାଗିବ ବୋଲି ପୂର୍ବତଟ ରେଳବାଇର ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ ଅଜୟ ବେହେରା କହିଛନ୍ତି । ଏହାସହ ଉପର ଓ ତଳ ଭାଗରେ ମଧ୍ୟ ଏକ ଡିଜାଇନ ରହିବ ବୋଲି ସେ କହିଛନ୍ତି । ଆଜିଠାରୁ ଏକ ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ଚୁକ୍ତି ସ୍ବାକ୍ଷର ସମୟରେ ଉଭୟ ନାଲକୋ ଓ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟର ଅନେକ ବିଶିଷ୍ଟ ଓ ପ୍ରତିଷ୍ଠିତ ବ୍ୟକ୍ତି ଏହି ପ୍ରକଳ୍ପକୁ ସ୍ବାଗତ କରିବା ସହ ସଫଳ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

SDv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.