ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଖରାର ପ୍ରକୋପ । ତାତିରୁ ମିଳିବ ତ୍ରାହି । ଗୁରୁବାର ଓ ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଗୁରୁବାର ନବରଙ୍ଗପୁର ,କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, ବରଗଡ଼, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ମାନଙ୍କରେ ବର୍ଷିବା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ ।
ଠିକ ସେହିଭଳି ଆସନ୍ତା 19 ତାରିଖ ଦିନ ଦକ୍ଷିଣ, ଉପକୂଳ, ଉତ୍ତର ଓଡିଶାର ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ଗତ ଦୁଇ ଦିନ ଧରି ରାଜଧାନୀ ଉତ୍ତପ୍ତ ସହରରେ ରେକର୍ଡ କରୁଥିବା ବେଳେ ଆଜି ତାପମାତ୍ର 43 ଡିଗ୍ରୀରୁ ହ୍ରାସ ପାଇ 40 ଡିଗ୍ରୀ ରହିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ