ETV Bharat / city

ରେଳ ଅନୁଦାନରେ ଓଡିଶାକୁ ଅଣଦେଖା କରୁଛି କେନ୍ଦ୍ର: ସୁର - ରେଳ ଅନୁଦାନ

ଚଳିତ ବର୍ଷର ରେଳ ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁର । ରେଳ ଅନୁଦାନ ନେଇ ଓଡିଶାକୁ କେନ୍ଦ୍ର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

railway budget grant odisaha neglated by center
ରେଳ ଅନୁଦାନ ନେଇ ଓଡିଶାକୁ ଅଣଦେଖା କରୁଛି କେନ୍ଦ୍ର
author img

By

Published : Feb 7, 2021, 8:22 PM IST

ଭୁବନେଶ୍ବର: ରେଳ ଅନୁଦାନକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁର । ଚଳିତ ବର୍ଷ ବଜେଟରେ ଓଡିଶା ପାଇଁ କିଛି ନାହିଁ ଏବଂ ରାଜ୍ୟକୁ ରେଳ ବଜେଟରେ ଅବହେଳା କରାଯାଇଛି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ରେଳ ଅନୁଦାନ ନେଇ ଓଡିଶାକୁ ଅଣଦେଖା କରୁଛି କେନ୍ଦ୍ର

ଚଳିତ ବର୍ଷ 2021-22ଆର୍ଥିକ ବଜେଟ ସଂସଦରେ ଉପସ୍ଥପିତ ହୋଇଯାଇଛି । ଏହି ବଜେଟରେ ରାଜ୍ୟକୁ କେନ୍ଦ୍ର ରେଳ ବଜେଟ ଅନୁଦାନରେ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ବଜେଟରେ ରେଳ ଅନୁଦାନ ନେଇ ବର୍ଷିଛନ୍ତି ସୁର। ଓଡିଶାରୁ ଗତ ୭ ବର୍ଷରେ ୧ ଲକ୍ଷ ୪୦ ହଜାର କୋଟି ନେଇଛି କେନ୍ଦ୍ର ହେଲେ ଦେଇଛି ମାତ୍ର ୧୪ ହଜାର କୋଟି । କେନ୍ଦ୍ର ସରକାର ଓଡିଶା ପ୍ରତି ଅନ୍ୟାୟ କରିଛନ୍ତି। ରାଜ୍ୟରେ ରେଳ ପାଇଁ କୌଣସି ନୂତନ ବ୍ୟବସ୍ଥା ନାହିଁ । ମୋଦି ସରକାର ଓଡିଶାକୁ ଅବହେଳା କରିଛନ୍ତି । କୌଣସି ପାସେଞ୍ଜର କିମ୍ବା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା ନାହିଁ ।

ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନକୁ ମଧ୍ୟ ଅବହେଳା କରିଛନ୍ତି ବୋଲି କହିଛନ୍ତି । କେନ୍ଦ୍ର ସରକାର ଓଡିଶାର ମୂଲ୍ୟବାନ ଖଣିଜ ସମ୍ପଦ ନେଇ ଓଡିଶାକୁ ଶୋଷଣ କରୁଛନ୍ତି । ସେହିପରି କଳାହାଣ୍ଡିରେ ହେବାକୁ ଥିବା 3000 କୋଟିର ରେଳ ୱାଗନ ଫ୍ୟାକ୍ଟ୍ରି ପାଇଁ କେବଳ 1 କୋଟି ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.