ETV Bharat / city

କଂଗ୍ରେସର ଅଭିଯୋଗ ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ - railway apology over rayagada division issue

ରାୟଗଡ଼ା ଡିଭିଜନକୁ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ରେଳପଥରେ ମିଶାଇବା ପ୍ରସଙ୍ଗ । କଂଗ୍ରେସର ଅଭିଯୋଗ ପରେ ତ୍ରୁଟି ସ୍ୱୀକାର କରି କ୍ଷମା ପ୍ରାର୍ଥନା କଲା ରେଳବାଇ । ଅଧିକ ପଢନ୍ତୁ

କଂଗ୍ରେସର ଅଭିଯୋଗ ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ

author img

By

Published : Jan 14, 2022, 10:44 AM IST

ଭୁବନେଶ୍ବର: ରାୟଗଡ଼ା ଡିଭିଜନକୁ ପୂର୍ବତଟ ରେଳପଥ ଅଧୀନରୁ କାଢ଼ି ନେଇ ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ରେଳପଥରେ ମିଶାଇବା ପ୍ରସଙ୍ଗ । ଘଟଣାରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ ସାମ୍ବାଦିକ ସାମ୍ମିଳନୀ କରି ସ୍ପଷ୍ଟୀକରଣ ମାଗିବା ଏବଂ ଚରମ ଚେତାବନୀ ଦେବା ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ । ରେଲୱେ କ୍ଷମା ମାଗିବା ସହ ନିଜର ତ୍ରୁଟି ସ୍ବୀକାର କରିଛି । ଏଥିପାଇଁ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଜ୍ଞାପନ କରିଛି ପ୍ରଦେଶ କଂଗ୍ରେସ ।

କଂଗ୍ରେସର ଅଭିଯୋଗ ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ
କଂଗ୍ରେସର ଅଭିଯୋଗ ପରେ କ୍ଷମା ପ୍ରାର୍ଥନା କଲା ରେଳ ବିଭାଗ

ସୂଚନାଯୋଗ୍ୟ ଯେ, ଗତ ୨୮ ଡିସେମ୍ବର ୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ରେଳ ବିଭାଗ ରାୟଗଡ଼ା ଡିଭିଜନକୁ ନେଇ ଦେଇଥିବା ତଥ୍ୟ ଯୋଗୁଁ ଏମିତି ସନ୍ଦେହ ଓ ସଂଶୟ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ସମ୍ବାଦ ପ୍ରକାଶ ପାଉଥିଲେ ମଧ୍ୟ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଦିଆଯାଇନଥିଲା । ଯାହା ବିରୁଦ୍ଧରେ କଂଗ୍ରେସ ସ୍ବର ଉତ୍ତୋଳନ କରିବା କ୍ଷଣି ଦୁଇ ସପ୍ତାହ ଧରି ନୀରବ ରହିଥିବା ରେଳ ବିଭାଗ ତରବରିଆ ଭାବେ ଏହାକୁ ମୁଦ୍ରଣଜନିତ ତ୍ରୁଟି ବୋଲି ଦର୍ଶାଇବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା କରି ସ୍ପଷ୍ଟୀକରଣ ଜାରି କରିଛି ।

ତେବେ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର କିମ୍ବା ବିଜୁ ଜନତା ଦଳ କେଉଁ କାରଣରୁ ନୀରବ ଓ ନିରୁଦ୍ଦିଷ୍ଟ ହୋଇଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏଥିସହ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରତିଟି ପ୍ରସଙ୍ଗରେ କଂଗ୍ରେସ ଏହିପରି ପ୍ରଶ୍ନ କରିଚାଲିବ ବୋଲି ପାଣ୍ଡବ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.