ETV Bharat / city

ସ୍ବର୍ଗତଃ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ - ନିତ୍ୟାନନ୍ଦ ମିଶ୍ରପୁଅଙ୍କ କଥା ହେଲେ ରାହୁଲ ଗାନ୍ଧୀ

ପୂର୍ବତନ ବଲାଙ୍ଗୀର ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି(ଗୁରୁବାର) ପରଲୋକ ହୋଇଛି । ଏହାକୁ ନେଇ ଆଜି(ଶୁକ୍ରବରା) ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିତ୍ୟାନନ୍ଦଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ସ୍ବର୍ଗତଃ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

author img

By

Published : Jul 23, 2021, 10:45 PM IST

ଭୁବନେଶ୍ବର: ପୂର୍ବତନ ବଲାଙ୍ଗୀର ସାଂସଦ ନିତ୍ୟାନନ୍ଦ ମିଶ୍ରଙ୍କର ଗତକାଲି(ଗୁରୁବାର) ପରଲୋକ ହୋଇଛି । କଂଗ୍ରେସ ପାଇଁ ଏହା ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ । ଏହାକୁ ନେଇ ଆଜି(ଶୁକ୍ରବାର) ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିତ୍ୟାନନ୍ଦଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇଛନ୍ତି । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ସ୍ବର୍ଗତଃ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡକ୍ଟର ଏ. ଚେଲ୍ଲାକୁମାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ମଧ୍ୟ ସ୍ବର୍ଗତଃ ନିତ୍ୟାନନ୍ଦ ମିଶ୍ରଙ୍କ ପୁଅ ବିଭୂଦତ୍ତ ମିଶ୍ରଙ୍କ ସହ କଥା ହୋଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇଥିଲେ । ପରେ ରାହୁଲ ମଧ୍ୟ ବିଭୂଙ୍କ ସହ କଥା ହୋଇଛନ୍ତି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତଃ ନିତ୍ୟାନନ୍ଦ ମିଶ୍ର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । କଂଗ୍ରେସକୁ ଆଗକୁ ନେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା ।
୧୯୨୮ ମସିହାରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା । ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ସେ ବଲାଙ୍ଗୀରରୁ ଲୋକସଭାର ସାଂସଦ ଥିଲେ । 1983ରେ ସେ ପିସିସି ସଭାପତି ଭାବେ ବି ଦାୟିତ୍ବ ତୁଲାଇଥିଲେ । ୧୯୫୪ରୁ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ସ୍ବର୍ଗତଃ ମିଶ୍ର ବଲାଙ୍ଗୀର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଦକ୍ଷତା ପ୍ରଦର୍ଶନ କରିବା ପରେ ୧୯୫୬ରେ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ରହିଥିଲେ ।‌ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ସେ ପିସିସି ସାଧାରଣ ସମ୍ପାଦକ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.