ETV Bharat / city

ପଥର ବିନ୍ଧାଣିଙ୍କୁ ଝୁରୁଛି ଅଗଣା ହଂସ, ଶୁଆ ଓ ଘରଚଟିଆ - ଦ୍ବିତୀୟ କୋଣାର୍କ ସ୍ବପ୍ନ

ପକ୍ଷୀଙ୍କ କଳରବରେ କମ୍ପୁଥିବା ସ୍ଥାନ ଆଜି ହାହାକାର । ଖାଁ ଖାଁ ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ । ସଭିଏଁ ଗୁମୁରି ଗୁମୁରି କାନ୍ଦି ଖୋଜିଛନ୍ତି ସେହି ସ୍ନେହୀ ମଣିଷକୁ । ଚାହିଁ ରହିଛନ୍ତି ତାଙ୍କ ଆସିବା ବାଟକୁ । ଅଧିକ ପଢନ୍ତୁ

ପଥର ବିନ୍ଧାଣିଙ୍କୁ ଝୁରୁଛି ଅଗଣା ହଂସ ଶୁଆ ଓ ଘରଚଟିଆ

author img

By

Published : Jun 21, 2021, 5:41 PM IST

ଭୁବନେଶ୍ବର: ପଥର ବିନ୍ଧାଣି ରଘୁନାଥ ମହାପତ୍ରଙ୍କ ବିୟୋଗ ପରେ ଶ୍ରୀହୀନ ହୋଇପଡିଛି ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ । ଦିନେ ଯେଉଁଠି ପଥର କଳାକୃତୀରେ କାନ୍ଥବାଡ ଘର ଆଉ ଅଗଣା ପୁରୀ ଉଠୁଥିଲା । ପାଷାଣ ମୂର୍ତ୍ତିରୁ ଝରିପଡ଼ୁଥିଲା ହସ । ସେଇ ସ୍ଥାନ ଆଜି ତାର ନିର୍ମାତାଙ୍କୁ ହରାଇ ସ୍ତବ୍ଧ, ନିଶବ୍ଦ ।

ପଥର ବିନ୍ଧାଣିଙ୍କୁ ଝୁରୁଛି ଅଗଣା ହଂସ ଶୁଆ ଓ ଘରଚଟିଆ

ପାଷାଣ ପ୍ରତିମାର ବିନ୍ଧାଣି ପାଇଁ ଝରିପଡ଼ୁଛି ଅଶ୍ରୁ । କେବଳ ସେତିକି ନୁହେ , ପକ୍ଷୀଙ୍କ କଳରବରେ କମ୍ପୁଥିବା ସ୍ଥାନ ଆଜି ହାହାକାର । ସେହି ପକ୍ଷୀଙ୍କ କଳରବରୁ ଶୁଭୁଛି ଆତ୍ମୀୟଙ୍କୁ ହରାଇବାର ଦୁଃଖ । ଆଉ ପକ୍ଷୀମାନେ ଗୁମୁରି ଗୁମୁରି କାନ୍ଦି ଖୋଜିଛନ୍ତି ସେହି ସ୍ନେହୀ ମଣିଷକୁ । ଚାହିଁ ରହିଛନ୍ତି ତାଙ୍କ ଆସିବା ବାଟକୁ । ତାଙ୍କ ଶୂନ୍ୟତାରେ କେହିବି ତାଙ୍କ କଥା ବୁଝିନାହାନ୍ତି ।ଭୋକରେ ରହି ସେମାନେ ଝୁରି ହେଉଛନ୍ତି ତାଙ୍କ ମୁନିବକୁ ।

ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ ଆଜି ଖାଁ ଖାଁ । ଦିବଙ୍ଗତ ରଘୁନାଥ ମହାପତ୍ର ଏଠାରେ ରଖିଥିବା ଘରଚଟିଆ, ପାରା ହଂସ, ଘରଚଟିଆ ବତକ ଆଉ ଶୁଆ ଭଳି ଅନେକ ପକ୍ଷୀ ପାଳିଥିଲେ । କୋଭିଡରେ ପୀଡିତ ହେବା ପରଠୁ ସେ ଏହି ସ୍ଥାନକୁ ଆସୁନଥିବା ବେଳେ ନିରୀହ ପକ୍ଷୀମାନେ ଏବେବି ତାଙ୍କୁ ଚାହିଁ ରହିଛନ୍ତି । ଯେଉଁଥିପାଇଁ ସେମାନେ ଦାନ ଟିଏ ବି ନେଉନାହାନ୍ତି ।

ସେପଟ ଦ୍ବିତୀୟ କୋଣାର୍କ ପାଇଁ ଦୁଇଟି ଚକ ତିଆରି କରାଯାଇସାରିଥିଲା । ଦୁଇଟିଯାକ ଚକ୍ର ଖୋଦିତ କଳାକୃତିରେ ତାଙ୍କ ପ୍ରତିଭାର କୃତି ବେଶ ଜାଜୁଲ୍ୟମାନ କରୁଥିବା ବେଳେ ତାଙ୍କ ଅନ୍ତେ ଖୋଦିତ ଚିତ୍ରରୁ ଯେଭଳି ଅଶ୍ରୁ ବାରି ଝରିପଡ଼ୁଥିଲା । ତେବେ ତାଙ୍କ ସ୍ବପ୍ନକୁ ଗୁରୁ କର ସୁଶ୍ୟା ଅର୍ଥାତ ଫାଉଣ୍ଡେସନର କର୍ମକର୍ତା ପୂରା କରିବେ ବୋଲି କହିଛନ୍ତି । ଆଉ ତାଙ୍କ ସ୍ବପ୍ନକୁ ପୁରା କରିବାର ପ୍ରୟାସକୁ ଆଗକୁ ତାଙ୍କ ନାମକୁ ପୂର୍ବପରି ଉଦୀୟମାନ କରିବେ ବୋଲି କହିଛନ୍ତି ।

ଭୁବେନଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.