ETV Bharat / city

ଆଗକୁ ରଥ ଯାତ୍ରା, ଡୋର ଟୁ ଡୋର ସର୍ଭେଲାନ୍ସ ପାଇଁ ନିର୍ଦ୍ଦେଶ

author img

By

Published : Jun 22, 2022, 3:45 PM IST

ଦେଶରେ ବଢୁଛି ସଂକ୍ରମଣ। ଏହାସହ ରାଜ୍ୟରେ ମଧ୍ୟ ସାମାନ୍ୟ ସଂକ୍ରମଣ ବଢୁଛି। ତେବେ ଆଗକୁ ରଥ ଯାତ୍ରା ଥିବାରୁ ପୁରୀ ପ୍ରଶାସନକୁ ଏଥିପ୍ରତି ଆଗୁଆ ପଦକ୍ଷେପ ନେବାସହ ସଚେତନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଅଧିକ ପଢ଼ନ୍ତୁ

Public Health Director Niranjan Mishra said on covid
ଆଗକୁ ରଥ ଯାତ୍ରା, ଡୋର ଟୁ ଡୋର ସର୍ଭେଲାନ୍ସ ପାଇଁ ନିର୍ଦ୍ଦେଶ

ଭୁନେଶ୍ବର: ଦେଶରେ ବଢୁଛି ସଂକ୍ରମଣ। ଏହା ସହ ରାଜ୍ୟରେ ମଧ୍ୟ ସାମାନ୍ୟ ସଂକ୍ରମଣ ବଢୁଛି। ତେବେ ଆଗକୁ ରଥ ଯାତ୍ରା ଥିବାରୁ ପୁରୀ ପ୍ରଶାସନକୁ ଏଥିପ୍ରତି ଆଗୁଆ ପଦକ୍ଷେପ ନେବାସହ ସଚେତନ ହେବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଏବେବି ସଂକ୍ରମଣ ଜାରି ରହିଛି ଏବଂ ଆଗକୁ ମଧ୍ୟ ରହିଥିବ। ରାଜ୍ୟରେ ଯେତିକି ଆକ୍ଟିଭ କେସ ରହିଛି ସେଥିରୁ ବହୁତ କମ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି। ଯେହେତୁ ରାଜ୍ୟରେ ଭଲ ଭାବରେ ଟୀକାକରଣ ହୋଇଛି ତେବେ ରୋଗର ଭୟ କମ ରହିଛି। ତେବେ ଆଗକୁ ରଥ ଥିବାରୁ ଆଗୁଆ ସତର୍କ ହେବାକୁ ସେ କହିଛନ୍ତି। ଚଳିତ ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ତେଣୁ ପୁରୀରେ ଅଧିକ ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପୁରୀ ପ୍ରଶାସନକୁ ଅବଗତ କରାଇଛି। ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ନେବା ପାଇଁ କୁହାଯାଇଛି । ଅନ୍ୟପଟେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଶା କର୍ମୀମାନେ ଘରକୁ ଘର ବୁଲୁଛନ୍ତି। ଯେହେତୁ ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମେଲେରିଆ ବଢିଥାଏ। ତେବେ ଘର ଘର ବୁଲି ଲୋକଙ୍କୁ ଚିହ୍ନଟ କରି କିଭଳି ଭାବରେ ସେମାନଙ୍କୁ ପରୀକ୍ଷା କରାଯିବ, ସେନେଇ ଅବଗତ କରାଯାଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.