ETV Bharat / city

ଆମ୍ବୁଲାନ୍ସ ଅଟକିବାର କାରଣ କହିଲେ ପୃଥ୍ବୀରାଜ ହରିଚନ୍ଦନ

author img

By

Published : Oct 6, 2019, 9:17 PM IST

Updated : Oct 6, 2019, 10:56 PM IST

ରାଜ୍ୟର ସ୍ବାସ୍ଥାବସ୍ଥା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ । ଆମ୍ବୁଲାନ୍ସ କେନ୍ଦ୍ର ଦେଲେ, ଡ୍ରାଇଭରଙ୍କୁ ଦରମା ମଧ୍ୟ ଦେଉଛି କେନ୍ଦ୍ର । କିନ୍ତୁ ଗାଡ଼ି ଚାଲିବାକୁ ସାମାନ୍ୟ ତେଲ ପକାଇ ପାରୁନାହିଁ ରାଜ୍ୟ ସରକାର । ଏପରି କଡ଼ା ସମାଲେଚନା କରିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: କେନ୍ଦ୍ର ସରକାର ଆମ୍ବୁଲାନ୍ସ ଯୋଗାଇଦେଲା । ଡ୍ରାଇଭରଙ୍କ ଦରମା ମଧ୍ୟ ଯୋଗାଇ ଦେଉଛି । କିନ୍ତୁ ସାମାନ୍ୟ ଗାଡ଼ି ଚଳାଇବା ପାଇଁ ତେଲ ଟିକିଏ ଯୋଗାଇ ପାରୁନି ରାଜ୍ୟ ସରକାର । ଫଳରେ ରୋଗୀର ଅଧାବାଟରେ ମୃତ୍ୟ ଘଟୁଛି । । ଯାହା ଅତନ୍ତ୍ୟ ଦୁର୍ଭାଗ୍ୟଜନକ ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ରାଜ୍ୟର ସ୍ବାସ୍ଥ୍ୟ ସ୍ଥିତି ନେଇ ବର୍ଷିଲା ବିଜେପି

ଆମେ ସରକାରକୁ ଗାଳି ଦେଉନାହୁଁ । କେବଳ ପ୍ରଶ୍ନ ପଚାରୁଛୁ । ଦୁର୍ନୀତି ବିରୋଧରେ ସ୍ବର ଉଠାଉଛୁ ବୋଲି କହିଛନ୍ତି ହରିଚନ୍ଦନ । ସେ ଆହୁରି କହିଛନ୍ତି ‘ମୁଖ୍ୟମନ୍ତ୍ରୀ ଛାତିରେ ହାତ ରଖି କୁହନ୍ତୁ, ତାଙ୍କ ସରକାର ଦୁର୍ନୀତି କରୁଛି କି ନାହିଁ ।’

ସେ କହିଛନ୍ତି, ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଲାଗୁ ନକରାଇ ଏଠାକାର ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ରାଜ୍ୟର ସ୍ବାସ୍ଥାବସ୍ଥାର ସ୍ଥିତି ଠିକ୍ ନଥିବା ବେଳେ ରାଜ୍ୟ ସରକାର ତାହାକୁ ଉପହାସ କରୁଛନ୍ତି । ସ୍ଥିତି ସଜାଡ଼ିବାକୁ ଚାହୁଁନାହାନ୍ତି । ସଂପୂର୍ଣ୍ଣ ଭାବେ ଏ ସରକାର ହିଁ ସ୍ବାସ୍ଥ୍ୟ ସମସ୍ୟାରେ ଦାୟୀ ବୋଲି କହିଛନ୍ତି ହରିଚନ୍ଦନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 6, 2019, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.