ହାଇଦ୍ରାବାଦ: ସୁନ୍ଦରଗଡ଼ ଜିଲ୍ଲାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦୁଇଟି ଘରୋଇ ହସ୍ପିଟାଲ ସହିତ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଓ ଘରୋଇ ହସ୍ପିଟାଲ ମଧ୍ୟରେ କରାଯାଇଛି।
ଏହା ଦ୍ବାରା ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼ ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରିବା ପାଇଁ ଏବଂ ରାଉରକେଲାର ଜୟପ୍ରକାଶ ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍ପିଟାଲ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ରାଜ୍ୟରେ କୋଭିଡ଼ ନିୟନ୍ତ୍ରଣ ଦିଗରେ ଏହା ବିଶେଷ ସହାୟକ ହେବ ବୋଲି ସିଏମଓ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
@CMO_Odisha