ETV Bharat / city

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି - ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ବାତ୍ୟା ଅମ୍ଫାନ ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଲିଛି। ଅଧିକ ପଢନ୍ତୁ...

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
author img

By

Published : May 21, 2020, 6:33 PM IST

ଭୁବନେଶ୍ବର: ବାତ୍ୟା ଅମ୍ଫାନ ସ୍ଥିତିର ସମୀକ୍ଷା ପାଇଁ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଓଡିଶା ପୋଲିସ । ଶୁକ୍ରବାର ଓଡିଶାରେ ପହଞ୍ଚି ବାତ୍ୟା ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସମ୍ଭାବନା ରହିଛି ।

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଭୁବନେଶ୍ବର ବିମାନବନ୍ଦରର ସୁରକ୍ଷା ଯାଞ୍ଚ କରିଛନ୍ତି ଓଡ଼ିଶା ପୋଲିସ ଓ ଗୁଇନ୍ଦା ବିଭାଗ। ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଗୁରୁବାର ରାତି 9 ଟା ସମୟରେ ଏନଏସଜି ପହଞ୍ଚିବା ପରେ ଏ ବାବଦରେ ଅଧିକ ସୂଚନା ମିଳିପାରିବ। ଏନେଇ ଭୁବନେଶ୍ବର ବିମାନବନ୍ଦରରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ଜଣାପଡିଛି ।

ଉକ୍ତ ବୈଠକରେ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ଡିଜି ସତ୍ୟଜିତ ମହାନ୍ତି, ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମା, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ଅନୁପ ସାହୁ ଓ ବିମାନବନ୍ଦର ନିର୍ଦ୍ଦେଶକ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସଙ୍କ ସହ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.