ETV Bharat / city

କୋଭିଡ ପରବର୍ତ୍ତୀ ସମୟରେ କିଭଳି କରିବେ ଆୟୁର୍ବେଦ ଚିକିତ୍ସା

author img

By

Published : Nov 3, 2020, 9:48 PM IST

କୋରୋନା ପାଇଁ କୌଣସି ଚିକିତ୍ସା ନଥିବା ବେଳେ ଭାରତରେ ଆୟୁର୍ବେଦ ଉପରେ ଅନେକ ଭରସା ମଧ୍ୟ କରୁଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ କିଭଳି କରିବେ ଆୟୁର୍ବେଦ ଚିକିତ୍ସା । ସେନେଇ ଆଲୋଚନା କରିଛନ୍ତି ଗୋପବନ୍ଧୁ ଆୟୁର୍ବେଦ କଲେଜ ପ୍ରଫେସର ଜିତେନ୍ଦ୍ର ସାମଲ...

କୋଭିଡ ପରବର୍ତ୍ତୀ ସମୟରେ କିଭଳି କରିବେ ଆୟୁର୍ବେଦ ଚିକିତ୍ସା
କୋଭିଡ ପରବର୍ତ୍ତୀ ସମୟରେ କିଭଳି କରିବେ ଆୟୁର୍ବେଦ ଚିକିତ୍ସା

ଭୁବନେଶ୍ବର: ଦୀର୍ଘ 7 ମାସ ଧରି କୋରୋନା ମହାମାରୀ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । କୋରୋନା ପାଇଁ କୌଣସି ଚିକିତ୍ସା ନଥିବା ବେଳେ ଭାରତରେ ଆୟୁର୍ବେଦ ଉପରେ ଅନେକ ଭରସା ମଧ୍ୟ କରୁଛନ୍ତି । ତେବେ କୋଭିଡ ପରବର୍ତ୍ତୀ ସମୟରେ କିଭଳି କରିବେ ଆୟୁର୍ବେଦ ଚିକିତ୍ସା । ସେନେଇ ଆଲୋଚନା କରିଛନ୍ତି ଗୋପବନ୍ଧୁ ଆୟୁର୍ବେଦ କଲେଜ ପ୍ରଫେସର ଜିତେନ୍ଦ୍ର ସାମଲ ।

କୋଭିଡରୁ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ହେଉଥିବା ଶ୍ୱାସଗାତ ସମସ୍ୟା, ଶାରୀରିକ ପୀଡ଼ା ଏସମସ୍ତ ଉପରେ ଆୟୁର୍ବେଦର ଅନେକ ଭୂମିକା ରହିଛି । ଘରେ ରହି ଆୟୁଷ କାଢ଼ା କରି ସେବନ କରିପାରିବେ । ସେଥିରେ ଗୋଲମରିଚ, ଅଦା, ତୁଳସୀ ପତ୍ର, ତେଜପତ୍ର, ଅଳେଇଚ ସେବନ କରିବା ଦ୍ୱାରା ଶ୍ୱାସଗାତ ସମସ୍ୟାରୁ ରକ୍ଷା ପାଇପାରିବେ । ଏହାସହ ଯୋଗ ପ୍ରାଣାୟମ କରିବା ଆବଶ୍ୟକ ରହିଛି ।

କପାଳଭାତି ଓ ପ୍ରାଣୟମ, ଦୁଇଟିଯାକ କାର୍ଯ୍ୟକ୍ଷମ ହରାଇଥିବା ଫୁସଫୁସ ପୁନଃରବାର ଚଳାଇବାରେ ଏକ ପ୍ରଚେଷ୍ଟା । ବହୁତ ଦିନ କୋଭିଡରେ ପଡିଲା ପରେ ବହୁତ କାର୍ଯ୍ୟ କମିଯାଇଥାଏ । ସେହି ସମୟରେ ଅମ୍ଳଜାନ ବାଷ୍ପକୁ ଶରୀର ମଧ୍ୟରୁ ବାହାର କରିବାରେ ସାହାଯ୍ୟ କରିବ ।

ଏକ ଆୟୁର୍ବେଦରେ ଏକ ବିଶେଷ ରହିଛି ଯେ କୋଭିଡରୁ ସୁସ୍ଥ ହେବା ପରେ ସୂର୍ଯ୍ୟ ନମସ୍କାର କରିବା ଉଚିତ । ଏହି ସୂର୍ଯ୍ୟ ନମସ୍କାର ସକାଳ ସମୟରେ କରିବା ଉଚିତ । ଯାହା ଭିଟାମିନ ଡ଼ି ମିଳିଥାଏ । ଶୀତ ଋତୁରେ କୋଭିଡର ସଂକ୍ରମଣ ଅଧିକ ରହିଥାଏ । ବିଶେଷ ଭାବରେ କଫ ହୋଇଥାଏ, ସେହି ସମୟରେ ଠିକ ଭାବରେ ଚିକିତ୍ସା ନକରାଗଲେ ଅସୁବିଧା ହୋଇଥାଏ । ସଠିକ ସମୟରେ ଶରୀରରେ ଅସୁବିଧା ଅନୁଭବ କଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.