ETV Bharat / city

ଯୁବବର୍ଗଙ୍କୁ ଟୀକାକରଣ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚାର ନିନ୍ଦା

author img

By

Published : Jun 7, 2021, 2:03 PM IST

Updated : Jun 7, 2021, 2:47 PM IST

ରାଜ୍ୟରେ ଟୀକାକରଣକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ବିଜେପି ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ
ବିଜେପି ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଟୀକାକରଣକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଇରାସିଶ ଆଚାର୍ଯ୍ୟ ଓ ରାଜ୍ୟ ବିଜେପି ସମ୍ପାଦକ ଡକ୍ଟର ପ୍ରକାଶ ଚନ୍ଦ୍ର ଦଳେଇଙ୍କ ଉପସ୍ଥିତିରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଛି ।

ବିଜେପି ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ରାଜ୍ୟରେ ସମସ୍ତ ସ୍ଥାନରେ ଟୀକାକରଣ ବ୍ୟାପକ କରାଯିବ ବୋଲି ରାଜ୍ୟ ସରକାର କହିଥିଲେ । ଏ ନେଇ ଓଡିଶା 2କୋଟି ଟିକା ଅର୍ଡର କରିଛି । ରାଜ୍ୟକୁ ଟିକା ଆସିବା ପରେ ମଧ୍ୟ ଅନେକ ସ୍ଥାନରେ ଟିକାକରଣ ବନ୍ଦ ରହିଥିବା ନଜରକୁ ଆସିଛି । ବିଶେଷ କରି ରାଜ୍ୟରେ ଯୁବବର୍ଗଙ୍କୁ ଟିକା ପ୍ରଦାନ ବାଧାପ୍ରାପ୍ତ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । ରାଜ୍ୟ ସରକାର ବାହାସ୍ପଟ ମାରିବା ଅପେକ୍ଷା ଏ ଯାଏଁ କେତେ ଯୁବବର୍ଗଙ୍କୁ ଟିକା ଦିଆଯାଇଛି ତାହା ସାର୍ବଜନୀନ କରନ୍ତୁ ବୋଲି କହିଛି ରାଜ୍ୟ ବିଜେପି ।

କେବେ ସୁଦ୍ଧା ରାଜ୍ୟର ସମସ୍ତ ଯୁବକ ଟୀକା ନେବେ ସେ ବାବଦରେ ନିଜର ମତ ରଖନ୍ତୁ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରଶ୍ନ କରାଯାଇଛି । ଏହା ସହ ରାଜ୍ୟ ବୋଲାଉ ଥିବା ନିଜସ୍ବ ଟିକା କେତେ ଆସିଛି ସେ ସମ୍ପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା । ଗ୍ଲୋବାଲ ଟେଣ୍ଡର ପ୍ରହସନ ବନ୍ଦ କରିବାକୁ କହିଛି ଯୁବ ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Jun 7, 2021, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.