ETV Bharat / city

President to visit Odisha: ଆସୁଛନ୍ତି କୋବିନ୍ଦ, ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି (ଶନିବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ବିମାନ ବନ୍ଦର ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ଅଧିକ ପଢନ୍ତୁ

author img

By

Published : Feb 18, 2022, 5:47 PM IST

President to visit Odisha:  କାଲି ଆସୁଛନ୍ତି ରାଷ୍ଟ୍ରପତି,କୋବିନ୍ଦଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲି (ଶନିବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ଶନିବାର ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଓଡିଶା ଅଭିମୁଖେ ବାହାରିବେ। ଭୁବନେଶ୍ବର ବିମାନ ବନ୍ଦରରେ ୨.୨୫ ମିନିଟ ସମୟରେ କୋବିନ୍ଦ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଭୁବନେଶ୍ବର ବିମାନ ବନ୍ଦର ପହଁଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ । ତା ପରେ ଭୁବନେଶ୍ବର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩ ଟା ୨୫ ମିନିଟ ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୫ ଟାରୁ ୫ଟା ୪୫ ମିନିଟ ସମୟ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଏହାବି ପଢନ୍ତୁ : President Visit To Puri: କାଲି ଆସୁଛନ୍ତି ରାଷ୍ଟ୍ରପତି, ଶ୍ରୀମନ୍ଦିରରେ ବିତାଇବେ ୪୫ ମିନିଟ

୨୦ ତାରିଖ ଦିନ ୧୦.୪୦ରେ ପୁରୀ ସ୍ଥିତ ଗୌଡିଆ ମିଶନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.