ETV Bharat / city

ଖୁବଶୀଘ୍ର ସାମ୍ବାଦିକଙ୍କୁ ପ୍ରିକସନ ଡୋଜ: Family Welfare Director

author img

By

Published : Jan 20, 2022, 5:35 PM IST

ସାମ୍ବାଦିକଙ୍କୁ ଖୁବଶୀଘ୍ର ଦିଆଯିବ ପ୍ରିକସନ ଡୋଜ । ଆବଶ୍ୟକ ହେଲେ ହେବ ସ୍ୱତନ୍ତ୍ର କାଉଣ୍ଟର। ରାଜ୍ୟରେ କୋରୋନା ମହାମାରୀକୁ ବାଦ ଦେବା ଲାଗି ଟୀକାକରଣକୁ ଗୁରୁତ୍ୱ ଦିଆଯାଉଛି। ଅଧିକ ପଢନ୍ତୁ

ଖୁବଶୀଘ୍ର ସାମ୍ବାଦିକଙ୍କୁ ପ୍ରିକସନ ଡୋଜ : Family Welfare Director

ଭୁବନେଶ୍ବର : ଖୁବଶୀଘ୍ର ସାମ୍ବାଦିକଙ୍କୁ ଦିଆଯିବ ପ୍ରିକସନ ଡୋଜ । ଆବଶ୍ୟକ ହେଲେ ହେବ ସ୍ୱତନ୍ତ୍ର କାଉଣ୍ଟର। ରାଜ୍ୟରେ କୋରୋନା ମହାମାରୀକୁ ବାଦ ଦେବା ଲାଗି ଟୀକାକରଣକୁ ଗୁରୁତ୍ୱ ଦିଆଯାଉଛି।

ଏନେଇ ରାଜ୍ୟରେ ଯେତେଶୀଘ୍ର ସମ୍ଭବ ଟୀକାକରଣ ଶେଷ କରାଯିବ। ସାମ୍ବାଦିକମାନେ କୋଭିଡ ଯୋଦ୍ଧା ଭାବେ ପରିଗଣିତ କରାଯାଉଛି । ଯେଉଁମାନେ ଦ୍ବିତୀୟ ଡୋଜ ନେବାର 9 ମାସ ହୋଇଯାଇଥିବ ସେମାନେ ପ୍ରିକସନ ଡୋଜ ନେଇ ପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଯିଏ ଯେଉଁ ଟିକା ନେଇଛନ୍ତି ସେମାନେ ସେହି ଟିକା ନେଇପାରିବେ। ଯଦି ଅଆବଶ୍ୟକ ହୁଏ ତେବେ ସ୍ୱତ୍ରନ୍ତ୍ର ଟୀକାକରଣ କେନ୍ଦ୍ରରେ ସାମ୍ବାଦିକମାନଙ୍କ ପାଇଁ ଆବଶ୍ୟକ ଭାବରେ ସୁବିଧା କରାଯିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 5 କୋଟି 49 ଲକ୍ଷ 8 ହଜାର 619 ଡୋଜ ଟିକା ଦିଆଯାଇଛି ।

ସେଥିରୁ ପ୍ରଥମ ଡୋଜ 3 କୋଟି 14 ଲକ୍ଷ 1 ହଜାର 141 ନେଇଥିବା ବେଳେ ଉଭୟ ଡୋଜ 2 କୋଟି 32 ଲକ୍ଷ 19 ହଜାର 297 ଲୋକଙ୍କୁ ଦିଆଯାଇଛି । ଏହାସହ 15-18 ବର୍ଷର କିଶୋର କିଶୋରୀଙ୍କୁ 11 ଲକ୍ଷ 79 ହଜାର 452 ଡୋଜ ଟିକା ଦିଆଯାଇଛି । ତେବେ ଏବେ ସୁଧା 50 ପ୍ରତିଶତ ପ୍ରଥମ ଡୋଜ ଟିକା ପିଲାମାନେ ପାଇସାରିଛନ୍ତି । ଏହାସହ 2 ଲକ୍ଷ 88 ହଜାର 181 ପ୍ରିକସନ ଡୋଜ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.